Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Breaking News : News7

1. ଉଦଳା ଖୁଣ୍ଟା ଥାନା ପରିତିପୁର ଗାଁ ଛକରେ ଦୁର୍ଘଟଣା। ପୋଲରେ ପିଟି ହୋଇ ୩ ଜଣଙ୍କର
ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି। ସେମାନେ ହେଲେ
ସୋମନାଥ ସିଂ, ବର୍ଷା ସିଂ ଏବଂ ପୂଜା ସିଂ। ସେହିଭଳି ଜଳେଶ୍ୱର ବସ୍ତା ଥାନା ଅନ୍ତର୍ଗତ
ଜମାଲପୁର ଗାଁ ନିକଟରେ ଗଛରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି।
ମୃତକ ହେଲେ ଦେଉଳ ଗାଁର ପଦ୍ମନାଭ ଟୁଡୁ। ପଜ୍ମନାଭଙ୍କ ସହ ଦୁଇ ଜଣ ଆହତ ହୋଇଛନ୍ତି।
ସେପଟେ ନୀଳଗିରୀ ଅଞ୍ଚଳରେ ପୃଥକ ପୃଥକ ୪ଟି ସ୍ଥାନରେ ବାଇକ ଦୃଘଟଣାରେ ୯ ଜଣ
ଗୁରୁତର ହୋଇଛନ୍ତି।
୨. ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ। ସୁନା ସ୍ମଗଲିଙ୍ଗ୍ ବେଳେ ବିଜୁପଟ୍ଟନାୟକ
ଅନ୍ତର୍ଯ୍ୟାତିୟ ବିମାନବନ୍ଦରରୁ ୩୫୦ ଗ୍ରାମ ସୁନା ଜବତ କଲା କଷ୍ଟମ ବିଭାଗ।
୩. କାଶ୍ମୀରକୁ ନେଇ ଜାତିସଙ୍ଘର ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ।

330 Views

   You May Also Like