Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

Breaking News : News7 (09.08.2018)

9/08/2018 at 6:48 PM

1. ସାନ ଭାଇକୁ ହାଣି ବଡ଼ଭାଇର ଆତ୍ମହତ୍ୟା। ବାଲିଗୁଡ଼ାରେ ପାରିବାରିକ କଳିରୁ ଘଟିଛି ଏପରି ଭୟଙ୍କର ପରିଣତି। ବେଲଘର ଥାନା ଲଙ୍କାଗଡ଼ ଗାଁରେ ସାନଭାଇକୁ ହାଣି ମାରିବା ପରେ ଆତ୍ମହତ୍ୟା କରିଛି ବଡ଼ଭାଇ। ଜମିବାଡି ବିବାଦକୁ ନେଇ ସାନଭାଇ ଟିକିଡି ବେହେରା ଦଳାଇ ଏବଂ ବଡଭାଇ ଗୋବର୍ଦ୍ଧନ ବେହେରା ଦଳାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହଠାତ୍ ଉତ୍ୟକ୍ତ ହୋଇ ବଡଭାଇ ଗୋବର୍ଦ୍ଧନ ଏକ ଟାଙ୍ଗିଆରେ ସାନଭାଇ ଟିକିଡିକୁ ଆକ୍ରମଣ କରିଦେଇଥିଲା। ସାନଭାଇର ମୃତ୍ୟୁ ପରେ ବଡ଼ ଭାଇ ଗଛରେ ରଶି ଦେଇ ଝୁଲି ପଡିଥିଲା। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

2. କେରଳରେ ଲଗାଣ ବର୍ଷାଯୋଗୁ ହାଲ୍ ବେହାଲ। ଜନଜୀବନ ପ୍ରଭାବିତ। ପ୍ରଳୟଙ୍କରି ବନ୍ୟା ଓ ଭୁସ୍ଖଳନ ଯୋଗୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କୋଚି ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରାୟ ଦୁଇ ଘଣ୍ଟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ତେବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାପରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ସେପେଟ ବର୍ଷାଯୋଗୁ ରାଜ୍ୟର ରେଳସେବା ବାଧାପ୍ରାପ୍ତହୋଇଛି। ୨୬ ବର୍ଷ ପରେ ଇଡ୍ଡୁକି ଜଳଭଣ୍ଡାରରୁ ଉଦବୃତ୍ତ ଜଳକୁ ନିଷ୍ପାସନ ପାଇଁ ଅଧିକାରୀ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ଅଞ୍ଚଳରେ ସରକାରରଙ୍କ ପକ୍ଷରୁ ରିଲିଫ୍ ଶିବିର ଖୋଲାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ NDRF ର ୬ଟି ଦଳକୁ ଏର୍ଣ୍ଣାକୁଲମ, ଆଲାପ୍ପୁଝା, ୱେୟାନାଦ,କୋଝିଗୋଡେ, ପଲ୍ଲକାଡରେ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ସେନା ସହାୟତା ଲୋଡ଼ିଛନ୍ତି। ସେପେଟ ଲଗାଣବର୍ଷା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ବର୍ଷାଯୋଗୁ ରାଜ୍ୟର ସମସ୍ତ ନଦୀର ଜଳସ୍ତରର ବୃଦ୍ଧିପାଉଛି। ବର୍ଷାଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ କୋଝିଗୋଡରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

3. ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ନୂଆ ଗାଁ ପଞ୍ଚାୟତ ଆମ୍ବୁଦୀହା ଗାଁରେ ଝାଡାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ। ଅସୁସ୍ଥମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ଭିତରେ ୭ରୁ ଅଧିକ ଶିଶୁ ଅଛନ୍ତି। ଝାଡାବାନ୍ତିକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି। ଗତକାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ସତ୍ୟନାରାୟଣ ପାଲା ହୋଇଥିଲା। ସେଠାରେ ହୋଇଥିବା ଭୋଗକୁ ଆଜି ଗ୍ରାମବାସୀ ଖାଇବାପରେ ଅସୁସ୍ଥ ହୋଇପଡିଥିଲେ।

   Related Posts