Breaking News : News7 (10.08.2018)

Published By : Prameya-News7 Bureau | August 10, 2018 IST

1. ଲାଞ୍ଚୁଆ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ମୟୂରଭଞ୍ଜ ଉଦଳା RWSS ର କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ହାଁସଦା । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଚାଲିଥିବା ପାଇଖାନା ନିର୍ମାଣର ବିଲ୍ ପାସ୍ ପାଇଁ ପିସି ମାଗିଥିଲେ ଜେଇ । ପାଇଖାନା ବିଲ୍ ପାସ୍ କରିବାକୁ ମୋଟିଭେଟରଙ୍କୁ ପିସି ମାଗିଥିଲେ । RWSS ର ଚିଫ୍ ଇଂଞ୍ଜିନିୟର ତାଙ୍କୁ ନିଲମ୍ବିତ କରିଛନ୍ତି । ପ୍ରତି ପାଇଖାନା ପିଛା ୩ଶହ ଟଙ୍କା ଲେଖାଏଁ ମୋଟିଭେଟରଙ୍କୁ ପିସି ମାଗୁଥିଲେ । ଯାହାର ଷ୍ଟିଙ୍ଗ୍ ଅପରେସନ୍ ଗତ ୨ ତାରିଖରେ ନ୍ୟୁଜ୍7ରେ ପ୍ରସାରଣ ହୋଇଥିଲା । ନ୍ୟୁଜ୍ ସେଭେନ୍ ଷ୍ଟିଙ୍ଗ୍ ଅପରେସନ୍‌ରେ ଧରାପଡିଥିଲେ କନିଷ୍ଠ ଯନ୍ତ୍ରୀ । 2. ଟିଟିଲାଗଡ଼ ଗୁଲମୀ ଗାଁ ନିକଟ ସାତବହନୀ ଜଙ୍ଗଲରେ ଘଟିଥିବା ହତ୍ୟା ମାମଲାରେ ପୋଲିସକୁ ମିଳିଲା ପ୍ରଥାମିକ ସୁରାକ । ଘଟଣାରେ ସଂପୃକ୍ତି ନେଇ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟିଟିଲାଗଡ଼ ପୋଲିସ । ଗତକାଲି ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ମହିଳାଙ୍କ ଶରୀର ପୂରା ଉଲଗ୍ନ ଥିଲା । ମହିଳାଙ୍କୁ ନିର୍ମମ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନି । ମହିଳାଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ବେଳେ, ସେ ବିବାହିତ ବୋଲି ଅନୁମାନ କରାଯାଉଛି । 3. ଅନଗୁଳ ତୁମୁଣି ତେଲିତଇଳା ନିକଟରେ ଏକ ଦନ୍ତାହାତୀର ମୃତ । ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନଗୁଳ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ହାତୀର ବୟସ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.