CBSE ବୋର୍ଡ ପରୀକ୍ଷା: ଡିସେମ୍ବର ୩୧ ସକାଳ ୧୦ରେ ହେବ ତାରିଖ ଘୋଷଣା
26/12/2020 at 10:22 PM

ନୂଆଦିଲ୍ଲୀ ୨୬/୧୨: ସିବିଏସଇ ବୋର୍ଡ ପରୀକ୍ଷା ୨୦୨୧ ତରିଖ ଘୋଷଣା ହେବାକୁ ଯାଉଛି। ଡିସେମ୍ବର ୩୧ ସକାଳ ୬ରେ ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଫେବୃଆରୀରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିବା ଏବେ ଜରୁରୀ ନୁହେଁ ବୋଲି କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
ଅଫଲାଇନ୍ରେ ପରୀକ୍ଷା ହେବା ନେଇ ମନ୍ତ୍ରୀ କହିଥିଲେ। ସିବିଏସ୍ଇ ବୋର୍ଡ ମଧ୍ୟ କହିଥିଲା ଯେ ପରୀକ୍ଷା ପେନ୍ ଓ ପେପରରେ ହେବ ଅନ୍ଲାଇନରେ ହେବ ନାହିଁ।
କରୋନା ମହାମାରୀ ପାଇଁ ଦେଶରେ ସମସ୍ତ ସ୍କୁଲ ମାର୍ଚ୍ଚରୁ ବନ୍ଦ ଥିଲା। ଅକ୍ଟୋବର ୧୫ ପାଖରୁ ବିଭିନ୍ନ ରାଜ୍ୟରେ ଆଶିଂକ ଭାବେ ସ୍କୁଲ କଲେଜ ଖୋଲୁଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ କେତେକ ସ୍ଥାନରେ ବୃଦ୍ଧି ପାଉଥିବାରୁ କିଛି ରାଜ୍ୟ ସରକାର ଏବେ ବି ସ୍କୁଲ ଓ କଲେଜ୍ ଖୋଲିବା ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ବୋର୍ଡ ପରୀକ୍ଷା ମାର୍ଚ୍ଚ ମଧ୍ୟଭାଗକୁ ଘୁଞ୍ଚିଛି। କେତେକ ସ୍ଥାନରେ ବୋର୍ଡ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଏହାକୁ ପୂର୍ବ ପରୀକ୍ଷା ଅନୁସାରେ ମୂଲ୍ୟାୟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି।
ଡିସେମ୍ବର ୧୦ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଛାତ୍ରୀଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ୨୨ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ଶିକ୍ଷକମାନଙ୍କ ସହ କଥା ହୋଇଥିଲେ କେନ୍ଦ୍ର ମନ୍ତ୍ରୀ। ଅଭିଭାବକମାନେ ବୋର୍ଡ ପରୀକ୍ଷା ୩ ମାସ ଘୁଞ୍ଚାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏନେଇ ସେମାନେ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ପଠାଇଥିଲେ।