ବ୍ରେକ୍‌ଡ୍ୟାନ୍ସ କ୍ରୀଡାକୁ ଗ୍ରୀନ୍ ସିଗନାଲ୍, ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ହେଲା ସାମିଲ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨: ୨୦୨୪ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ ‌ଡ୍ୟାନ୍ସ କ୍ରୀଡ଼ା ସାମିଲ୍‌ ହେବ ବୋଲି ସୂଚନା ମିଳିଛି । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ବା ଆଇଓସି)ୃର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ବୈଠକରେ ବ୍ରେକ୍‌ଡ୍ୟାନ୍ସିଂ ବ୍ୟତୀତ ସ୍କେଟ୍‌ବୋର୍ଡ଼ିଂ, ସର୍ଫିଙ୍ଗ୍‌ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍‌ ହେବ ବୋଲି  । ପୂର୍ବରୁ ଏହି ତିନୋଟି କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ।ଏହା ୨୦୨୧ରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ୧୯୭୦ରେ ନ୍ୟୁୟର୍କର ସାଉଥ୍‌ ବ୍ରୋନ୍ସରେ ହିପ୍‌ ହକ୍‌ ଡ୍ୟାନ୍ସ ସହ ବ୍ରେକ୍‌ଡ୍ୟାନ୍ସର ଆରମ୍ଭ ହୋଇଥିଲା । ପ୍ରଥମେ ୨୦୧୮ ଯୁବ ଅଲିମ୍ପିକ୍ସରେ ବ୍ରେକିଂ କ୍ରୀଡ଼ା ଭାବେ ଏହାକୁ ସାମିଲ୍‌ କରାଯାଇଥିଲା । ରୁଷିଆର ସର୍ଗେଈ ଚେର୍ନିସେଭ୍‌ ବାଳକ ବିଭାଗରେ ଏବଂ ଜାପାନର ରାମୁ କାୱାଇ ବାଳିକା ବିଭାଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.