Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନିର୍ବନ୍ଧ ଭାଙ୍ଗିଯିବାରୁ ମହିଳା କନେଷ୍ଟବଳ ଥାନାରେ ବିଷପିଇ କଲେ ଆତ୍ମହତ୍ୟା, ଭୟରେ ପ୍ରେମିକ ବି ପିଇଲେ ବିଷ….

16/11/2019 at 8:05 PM

ନୂଆଦିଲ୍ଲୀ ୧୬/୧୧: ପ୍ରେମିକ ନିର୍ବନ୍ଧ ଭାଙ୍ଗିଦେବାରୁ ମହିଳା କନେଷ୍ଟବଳ ଥାନାରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମହିଳା କନେଷ୍ଟବଳଙ୍କ ମୃତ୍ୟୁ ପ​‌ରେ କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରେମିକ ମଧ୍ୟ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଞ୍ଜାବର ବୁଧଲଡ଼ାରେ ଏଭଳି ଘଟଣା ଘଟିଛି

ଏହି ଘଟଣାରେ ମୃତା ମହିଳା କନେଷ୍ଟବଳଙ୍କ ବାପା ଥାନାରେ ଗୁରୁପ୍ରିତ ସିଂହ ନାମକ ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅ ଗଗନଦୀପ୍‌ଙ୍କୁ ଦୀର୍ଘଦିନ ହେବ ଗୁରୁପ୍ରିତ ସିଂହ ହଇରାଣ କରୁଥିଲେ।  ଜୋର ଜବରଦସ୍ତ ଗଗନଦୀପ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯଦି ତାଙ୍କୁ ବିବାହ ନ କରେ ତେବେ ଗଗନଦୀପ୍‌ଙ୍କୁ ଅନ୍ୟ କଉଠି ବିବାହ କରାଇ ଦେବ ନାହିଁ ବୋଲି ଗୁରୁପ୍ରିତ ଧମକ ଦେଉଥିବା କଥା କନେଷ୍ଟବଳ ବାପା ରଣଜିତ ସିଂହ କହିଛନ୍ତି । ଏହି ସମୟ ମଧ୍ୟରେ ଗଗନଦୀପ୍‌ଙ୍କ ନିର୍ବନ୍ଧ ଠିକ୍‌ ହୋଇଥିଲା। ମହିଳା କନେଷ୍ଟବଳଙ୍କ ନିର୍ବନ୍ଧ ଠିକ୍‌ ହେବା ପରେ ତାଙ୍କ ଭାବି ଶ୍ବଶୁର ଘରେ ଗୁରୁପ୍ରିତ  ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ବିଷୟ କହି ଦେଇଥିଲେ। ପୂର୍ବରୁ ମହିଳା କନେଷ୍ଟବଳ ଗଗନଦୀପ୍‌ ଓ ଗୁରୁପ୍ରିତ ପରସ୍ପରକୁ ଭଲ ପାଉଥିବା କଥା ମଧ୍ୟ କହିଥିଲେ।

ଆସନ୍ତା ମାସ ଡିସେମ୍ବର ୭ ତାରିଖରେ ମହିଳା କନେଷ୍ଟବଳ ଗଗନଦୀପ୍‌ଙ୍କ ବିବାହ ହୋଇଥାଆନ୍ତା। ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରିଥିଲା। ହେଲେ ତାଙ୍କ ପ୍ରେମିକ ଗୁରୁପ୍ରିତ ଉଭୟ ଫଟୋ ନେଇ ତାଙ୍କ ଭାବି ସ୍ବାମୀଙ୍କୁ ଦେଖାଇ ଦେଇଥିଲେ। ଏହା ପରେ ମହିଳା କନେଷ୍ଟବଳଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହି  ଘଟଣା ମର୍ମାହତ ହୋଇ ମହିଳା କନେଷ୍ଟବଳ ଥାନା ଭିତରେ ବିଷପିଇ ଆତ୍ମହତ୍ୟା କରି ଦେଲେ।।

   Related Posts