ଉଦଘାଟନର ୫ଦିନ ନପୁରୁଣୁ ଭାଙ୍ଗିଲା ରେଙ୍ଗାଳୀର ଡିଷ୍ଟ୍ରିବ୍ୟୁଟାରୀ କେନାଲ, ଏକର ଏକର ଧାନ ତଳି ଜଳମଗ୍ନ

Published By : Prameya-News7 Bureau | July 20, 2021 IST

ଭୁବନ ୨୦।୭: ଭୁବନ ଅଞ୍ଚଳବାସୀଙ୍କର ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିଥିଲା ।  ଏକର ଏକର ଚାଷ ଜମି ପାଇଁ କେନାଲ ମାଧ୍ୟମରେ ଖରିଫ ଫସଲ ପାଇଁ ପାଣିର ସମସ୍ତ ସୁବିଧା କରାଯାଇଥିଲା ।  କିନ୍ତୁ ଭୁବନ ବ୍ଲକ୍ ଦେଇ ଯାଇଥିବା ରେଙ୍ଗାଳୀ ବାମକେନାଲରୁ ଭୁବନର ବିଭିନ୍ନ ଚାଷ ଜମିକୁ ଡିଷ୍ଟ୍ରିବ୍ୟୁଟାରୀ କେନାଲ ମାଧ୍ୟମରେ ପାଣିର ସୁବିଧା କରାଯାଇ ଗତ ଜୁଲାଇ ୧୫ତାରିଖରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଥିଲା ।

{"id":483228,"width":748,"height":411,"sizeSlug":"large","linkDestination":"none"}

କିନ୍ତୁ ଉଦଘାଟନର ୫ ଦିନ ନପୁରୁଣୁ ଭୁବନ ବ୍ଲକ ଧଳପଡା ଗ୍ରାମାଞ୍ଚଳରେ ନିମ୍ନମାନର କାମ ଯୋଗୁଁ ଡିଷ୍ଟ୍ୟୁବୁଟାରୀ କେନାଲ ଭାଙ୍ଗି ୩/୪ ଫୁଟର ଘାଇ ସୃଷ୍ଟି ହୋଇଛି ।  ଯାହା ଫଳରେ ଶହ ଶହ ଏକର  ଜଳମଗ୍ନ ହେବା ସହିତ ଅନେକ ଧାନ ତଳି ଘେରରେ ପାଣି ମାଡିବସିଛି । ଭୁବନ ବ୍ଲକ୍ ଅନ୍ତର୍ଗତ ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୩/୪ ଫୁଟର ଘାଇ ସୃଷ୍ଟି ହେବା ଫଳରେ ଏକର ଏକର ତଳି ଘେରରେ ପାଣି ମାଡିଯାଇ ବ୍ୟାପକ ତଳି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.