ଜାଲ୍ ପାସପୋର୍ଟ ଲାଗି ପାରାଗୁଏରେ ରୋନାଲ୍ଡିନୋ ଗିରଫ
7/03/2020 at 1:35 PM

ଆସୁନସିଓନ : ସକୋର ଷ୍ଟାର ରୋନାଲ୍ଡିନୋଙ୍କୁ ପାରାଗୁଏ ପୋଲିସ ଗିରଫ କରିଛି। ରୋନାଲ୍ଡିନୋ ଓ ତାଙ୍କ ଭାଇ ରବେର୍ଟୋ ଆସିସ୍ ଜାଲି କାଗଜାତ ବଳରେ ପାରାଗୁଏ ରାଜଧାନୀର ଏକ ହୋଟେଲରେ ଅବସ୍ଥାନ କରୁଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ରୋନାଲ୍ଡିନୋଙ୍କ ଓକିଲ ସର୍ଜିଓ କ୍ୱିରୋଜ୍ ଏହା ସ୍ପଷ୍ଟ କରିଛନ୍ତି। ଗିରଫ ପରେ ସେମାନଙ୍କୁ ଆସୁନସିଓନର ଏକ ସ୍ଥାନୀୟ ପୋଲିସରେ ହାଜର କରାଯାଇଥିବା ବେଳେ ଅଧିକ ପଚରା ଉଚରା କରାଯାଉଛି।

ଏକ ବ୍ୟବସାୟିକ ଗସ୍ତରେ ରୋନାଲ୍ଡିନୋ ତାଙ୍କ ଭାଇଙ୍କ ସହ ପାରାଗୁଏ ଆସିଥିଲେ। ଜନୈକ ବ୍ରାଜିଲିୟ ବ୍ୟବସାୟୀ ୱିଲମମଣ୍ଡସ୍ ସେମାନଙ୍କ ଲାଗି ଏହି କାଗଜପତ୍ର କରିଦେଇଥିଲେ ବୋଲି ରୋନାଲ୍ଡିନୋଙ୍କ ଭାଇ କହିଛନ୍ତି। ତେବେ ବ୍ୟବସାୟି ମଧ୍ୟ ଇତିମଧ୍ୟରେ ଗିରଫ ହୋଇଥିବା ଜଣାପଡିଛି। ରୋନାଲ୍ଡିନୋ ଗତ ବୁଧବାର ପାରାଗୁଏ ଆସିଥିଲେ। ତେବେ ଏଥିଲାଗି ସେମାନେ ଇମିଗ୍ରେସନରେ ଦାଖଲ କରିଥିବା ଡକ୍ୟୁମେଣ୍ଟ ଜାଲ ବୋଲି ଅନୁସନ୍ଧାନରୁ ଜଣାପଡିଥିଲା।

ଏଣୁ ସେମାନଙ୍କ ସମ୍ପର୍କରେ ପୋଲିସକୁ ସୂଚିତ କରାଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ତେବେ ସେମାନେ ବ୍ରାଜିଲ ଫେରିବାର ମାତ୍ର କିଛି ସମୟ ପୂର୍ବରୁ ପୋଲିସ ଦ୍ୱାରା ଗିରଫ ହୋଇଥିବା ଓକିଲ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ମୁକ୍ତି ଲାଗି ଏକ ଲିଗାଲ ଟିମ୍ ପାରାଗୁଏରେ ଇଞ୍ଜେକ୍ସନ ସୁଟ୍ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।