Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ନହେବାରୁ ସ୍ବାସ୍ଥମନ୍ତ୍ରୀଙ୍କୁ ବରଖାସ୍ତ କଲେ ବ୍ରାଜିଲର ରାଷ୍ଟ୍ରପତି

17/04/2020 at 6:17 PM

ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସୋନାରୋ ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ଲୁଇସ୍ ହେନରିକ୍ ମନଦେତ୍ତାଙ୍କୁ ବରଖାସ୍ତ କରିଛନ୍ତି। ମନଦେତ୍ତା ଟ୍ବିଟର ଜରିଆରେ ସୂଚନା ଦେଇଥିଲେ ଯେ ରାଷ୍ଟ୍ରପତି ବୋଲସୋନାରୋ ତାଙ୍କୁ ବରଖାସ୍ତ କରି ଦେଇଛନ୍ତି। ସେ କହିଥିଲେ ଯେ ସେ ବ୍ରାଜିଲର ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ଏବଂ କରୋନାରୁ କିପରି ବର୍ତ୍ତିହେବ ଏହାର ଯୋଜନା କରିବାର ଅବସର ଦେବା ପାଇଁ ଧନ୍ୟବାଦ କରୁଛନ୍ତି। ଏବେ ଆମ ସ୍ବାସ୍ଥ୍ୟ ପ୍ରଣାଳୀ କରୋନା ସହ ଲଢ଼ିବା ପାଇଁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ କରୁଛି।

ବ୍ରାଜିଲିଆ ସ୍ଥିତ ପ୍ଲାନାଲ୍ଟୋ ପ୍ରେସିଡେନସିଆଲ ପ୍ୟାଲେସରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୋଲସୋନାରୋ କହିଥିଲେ,‘ ସେ ମନଦେତ୍ତାଙ୍କ ନିନ୍ଦା ଏବଂ ଆଲୋଚନା କରୁ ନାହାନ୍ତି। ସେ ଡାକ୍ତରଙ୍କ ତରଫରୁ ତାହା କରିଥିଲେ ଯାହା ତାଙ୍କୁ ଠିକ୍ ଲାଗିଥିଲା। କିନ୍ତୁ ଆମେ ଏପରି ନିଷ୍ପତ୍ତି ନେଇ ପାରିବୁ ନାହିଁ ଯାହା ପୂର୍ବରୁ ହୋଇଥିବା କାମକୁ ଖରାପ କରି ଦେବ।’

ମନଦେତ୍ତାଙ୍କୁ ୨୦୧୯ମସିହା ଆରମ୍ଭରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଥିଲା। ସେ ଏବେ ମହାମାରୀକୁ ରୋକିବା ପାଇଁ ସୋସିଆଲ ଡିସଟାନସିଂର ନିୟମ ପାଳନ କରିବାକୁ ସମର୍ଥନ କରିଛନ୍ତି। ବ୍ରାଜିଲରେ କରୋନାରେ ଏବେ ସୁଦ୍ଧା ୨୯୦୦୦ରୁ ଅଧିକ ମାମଲା ଆସିଥିବାବେଳେ ୧୭୫୦ଜଣଙ୍କ ମୃତ୍ୟୁ ହୋଇସାରିଛି।

   Related Posts