Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା, କିନ୍ତୁ ସେ ବେଫିକର, କହିଲେ- ଏହା ଏକ ସାମାନ୍ୟ ଫ୍ଲୁ

7/07/2020 at 9:15 PM

ନୂଆଦିଲ୍ଲୀ ୦୭।୦୭: କରୋନା ସଂକ୍ରମଣ ମାମଲାରେ ବିଶ୍ଵରେ ବ୍ରାଜିଲ୍ ଦ୍ଵିତୀୟ ସ୍ଥାନରେ ରହିଛି। ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ମଧ୍ୟରେ ସବୁଠୁ ବଡ ଖବର ଦେଶର ରାଷ୍ଟ୍ରପତି ଜାଇର  ବୋଲସୋନାରୋ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି।

୬୫ ବର୍ଷୀୟ ରାଷ୍ଟ୍ରପତି ବୋଲସୋନାରୋ ମୁହଁରେ ମାସ୍କ ପିନ୍ଧି ରାଜଧାନୀ ବ୍ରାସିଲିଆରେ ସାମ୍ଵାଦିକଙ୍କ ସହ ଆଲୋଚନା ବେଳେ ଏହାର ସୂଚନା ଦେଇଛନ୍ତି। ମୁଁ ଭଲ ଅଛି ଏବଂ ସୁସ୍ଥ ଅଛି। ମୁଁ ଆରାମରେ ଚଲାବୁଲା କରିବାକୁ ଚାହୁଁଛି। ହେଲେ ଡାକ୍ତରଙ୍କ ସୁପାରିଶ କାରଣରୁ ମୁଁ ଏମିତି କରି ପାରିବି ନାହିଁ ବୋଲି ବୋଲାସୋନାରୋ କହିଛନ୍ତି।

ରାଷ୍ଟ୍ରପତିଙ୍କ ସ୍ଵାବ ସୋମବାର ସନ୍ଧ୍ୟାରେ ଯାଞ୍ଚ ପାଇଁ ପଠାଯାଇଥିଲା। ଆଜି ତାଙ୍କର ନମୂନା ପଜିଟିଭ୍ ଆସିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ରାଷ୍ଟ୍ରପତି ବୋଲସୋନାରୋଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ସେ କିଛି ଦିନ ଜ୍ଵରରେ ପୀଡିତ ଥିଲେ।

ଉଲ୍ଲେଖନୀୟ ରାଷ୍ଟ୍ରପତିଙ୍କୁ ସର୍ବଦା ବିନା ମାସ୍କରେ ଅନେକ ଥର ହାତ ମିଳାଇବା ଓ ଭିଡ ସହିତ ହାତ ହଲାଇବା ଦେଖିବାକୁ ମିଳିଛି। ଦେଶର ଅର୍ଥବ୍ୟବସ୍ଥାକୁ ପୁନର୍ବାର ଖୋଲିବା ପାଇଁ ନିଜର ସଭାରେ ଏହାକୁ ସେ ଏକ ଛୋଟ ଫ୍ଲୁ ବୋଲି କହିଥିଲେ। ଏଥିରେ ତାଙ୍କୁ କିଛି ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି। ଅଦ୍ୟାବଧି ଏହି ମହାମାରୀରେ ୬୫୦୦୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟିଛି। ଆମେରିକା ପରେ ସଂକ୍ରମଣ ମାମଲାରେ ବ୍ରାଜିଲ ଦ୍ଵିତୀୟରେ ଥିବା ବେଳେ ଭାରତ ତୃତୀୟରେ ରହିଛି।  

   Related Posts