ବିମାନ ଦୁର୍ଘଟଣାରେ ବ୍ରାଜିଲ ଗାୟିକା ମାରିଲିୟା ମେଣ୍ଡୋଙ୍କାଙ୍କ ଦେହାନ୍ତ, ଘଟଣା ପୂର୍ବରୁ ସେୟାର କରିଥିଲେ ଭିଡିଓ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: ବ୍ରାଜିଲର ୟଂଗ ଷ୍ଟାର୍ ସିଙ୍ଗର୍ ମାରିଲିୟା ମେଣ୍ଡୋଙ୍କାଙ୍କର ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ୨୬ ବର୍ଷୀୟା ମାରିଲିଆ ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଚାରିଜଣ ପ୍ରାଣ ହରାଇଥିବା କୁହାଯାଉଛି।

wp:html /wp:html

ସୂଚନା ଅନୁଯାୟୀ, ଶୁକ୍ରବାର ଏହି ବିମାନ ଦୁର୍ଘଟଣାରେ ୨୦୧୯ ଲାଟିନ୍ ଗ୍ରାମି ବିଜେତା ମାରିଲିୟାଙ୍କ ସହ ତାଙ୍କର ମାମୁଁ ଥିଲେ। ଏମାନଙ୍କ ବ୍ୟତୀତ ଜଣେ ପ୍ରଡ୍ୟୁସର ଏବଂ ଦୁଇଜଣ କ୍ରୁ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ମାରିଲିୟାଙ୍କୁ ବ୍ରାଜିଲର କାରାଟିଙ୍ଗାରେ ପରଫର୍ମାନ୍ସ କରିବାର ଥିଲା ଏବଂ ସେଠାରେ ପହଞ୍ଚିବାର ମାତ୍ର ୧୨ କିଲୋମିଟର ପୂର୍ବରୁ ଦୁର୍ଘଟଣା ଘଟିଗଲ। ମାରିଲିୟା ତାଙ୍କର ଦୁଇ ବର୍ଷର ଶିଶୁକୁ ଛାଡି ଯାଇଥିବା କୁହାଯାଉଛି। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ଘରୋଇ ବିମାନରେ ବସିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା।

wp:html
/wp:html

ବ୍ରାଜିଲର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମାରିଲିୟା ବେଶ୍ ଲୋକପ୍ରିୟ ଥିଲେ, ଯିଏକି କିଶୋର ଅବସ୍ଥାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୨୦୧୬ ରେ ନେସନାଲ୍ ଷ୍ଟାର ହୋଇଥିଲେ। ସେ ଦୁନିଆର ସର୍ବାଧିକ ଦେଖାଯାଇଥିବା ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମ୍ ଭ୍ୟୁ ପାଇଁ ରେକର୍ଡ ସୃଷ୍ଟି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.