Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ବ୍ରାଜିଲିୟାନ୍‌ ମଡେଲ ନତାଲିୟାଙ୍କ ଫଟୋ ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ, ବଲିଉଡରେ ମଧ୍ୟ କରିଛନ୍ତି ଆଇଟମ୍‌ ନମ୍ବର

24/07/2019 at 5:15 PM

ମୁମ୍ବାଇ୨୪|୭: ବ୍ରାଜିଲିୟାନ୍‌ ମଡେଲ ଓ ଅଭିନେତ୍ରୀ ନତାଲିୟା କୌର ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ କିଛି ଦିନ ତଳେ ନତାଲିୟା ନିଜର ହଟ୍‌ ଫଟୋ ଇଣ୍ଟରନେଟ୍‌ରେ ପୋଷ୍ଟ କରିଥିଲେ। ଏହି ଫଟୋରେ ସେ ବୋଲ୍ଡ ଅନ୍ଦାଜରେ ପୋଜ୍‌ ଦେଇଚନ୍ତି ଯାହା ଦର୍ଶକ ବହୁତ ପସନ୍ଦ କରିଛନ୍ତି। ତାଙ୍କ ବିକିନି ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ନିଆଁ ଲାଗିଛି। ନତାଲିୟାଙ୍କ ହଟ୍‌ ଫଟୋ ଯୋଗୁଁ ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ସ ବଢିବାକୁ ଲାଗିଛନ୍ତି।

ନତାଲିୟାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୮୬.୪ ହଜାର ଫଲୋଅର୍ସ ଅଛନ୍ତି। ସେ ଫଟୋ ପୋଷ୍ଟ କରିବା କିଛି ସମୟ ମଧ୍ୟରେ ତାଙ୍କ ଫଟୋ ଭାଇରାଲ ହୋଇଥାଏ। ସେ ସୋସିଆଲ ମିଡିଆ ଓ ଇନ୍‌ଷ୍ଟାଗ୍ରାମ୍‌ର କୁଇନ୍‌ ଭାବେ ପରିଚିତା। ନତାଲିୟା ମଡେଲିଂରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

ମଡେଲିଂ କରିବା ପାଇଁ ସେ ଭାରତ ଆସିଥିଲେ। ୨୦୧୨ ମସିହାରେ ସେ କିଙ୍ଗଫିସର କ୍ୟାଲେଣ୍ଡର ମଡେଲ ହଣ୍ଟରେ ଭାଗ ନେଇ ଜିତିଥିଲେ। ସେହି ବର୍ଷ ସେ କିଙ୍ଗଫିସର ସୁଇମ୍‌ଶୁଟ୍‌ କ୍ୟାଲେଣ୍ଡରରେ ଛାଇଥିଲେ।

ବଲିଉଡରେ ପାଦ ଦେବା ପୂର୍ବରୁ ନତାଲିୟା ବ୍ରାଜିଲ ଓ ଅନ୍ୟ ଦେଶରେ ମଡେଲିଂ କରୁଥିଲେ। ସେ ଜଣେ ଅପେରା ଗାୟୀକା ଭାବେ ମଧ୍ୟ ପରିଚିତା। ୨୦୧୨ ମସିହାରେ କନ୍ନଡ ଫିଲ୍ମରେ ଆଇଟମ୍‌ ନମ୍ବର କରି ସେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ।

ଅମିତାଭ ବଚ୍ଚନ ଓ ସଂଜୟ ଦତ୍ତଙ୍କ ଫିଲ୍ମରେ ମଧ୍ୟ ୨୦୧୨ ମସିହାରେ ସେ ଆଇଟମ୍‌ ଗୀତ କରିଥିଲେ। ୨୦୧୩ ମସିହାରେ ବିଦ୍ୟୁତ୍‌ ଜମୱାଲ ଓ ପୂଜା ଚୋପଡାଙ୍କ ଫିଲ୍ମ “କମାଣ୍ଡୋ”ରେ ତାଙ୍କର ଗେଷ୍ଟ ଏପିଅରାନ୍ସ ଥିଲା।

ବଲିଉଡର ହଟ୍‌ ଅଭିନେତା ଜନ୍‌ଙ୍କ ସହ ମଧ୍ୟ ନତାଲିୟା ରକି ଫିଲ୍ମରେ ଅଭିନୟ କରିଛନ୍ତି।  ରୋହିତ ଶେଟ୍ଟୀଙ୍କ ରିୟାଲିଟି ସୋ ଖତରୋଁ କି ଖିଲାଡି ସିଜନ ୬ରେ ମଧ୍ୟ ନଜର ଆସିଥିଲେ ନତାଲିୟା।

   Related Posts