Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନ୍ୟୁୟର୍କରୁ ନିଖୋଜ ବ୍ରାଜିଲୀୟ ମଡେଲ, ବର୍ଷେ ପରେ ରିଓ ବସ୍ତିରୁ ଠାବ ହେଲେ, ବଦଳି ଯାଇଥିଲା ରୂପ-ଭେକ-ଅବସ୍ଥା

10/10/2020 at 3:21 PM

ବ୍ରାଜିଲ ୧୦/୧୦: ଏଲି, ଗ୍ରାଜିଆ ଏବଂ ଗ୍ଳାମୀର ଭଳି ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିବା ବ୍ରାଜିଲୀୟ ମଡେଲ ଏଲୋଇସା ଫଣ୍ଟସଙ୍କ ସନ୍ଧାନ ଏକ ବସ୍ତିରୁ ମିଳିଛି। ଅର୍ଥାତ ନ୍ୟୁୟର୍କକରୁ ନିଖୋଜ ହୋଇଥିବା ଏ ମଡେଲଙ୍କ ସନ୍ଧାନ ରିଓ ବସ୍ତିରୁ ମିଳିଛି। ଅକ୍ଟୋବର ୬ ତାରିଖରେ ତାଙ୍କୁ ରିଓ ବସ୍ତିରୁ ଠାବ କରାଯାଇଛି।

ସ୍ଥାନୀୟ ଏକ ଟିମ ତାଙ୍କୁ ଖୋଜି ପାଇଛନ୍ତି। ତେବେ ତାଙ୍କ  ଅବସ୍ଥା ଏତେ ଦୟନୀୟ ଥିଲା ଯେ ଦେହରେ ଡ୍ରେସ କି ପାଦ​‌ରେ ଚପଲ ନ ଥିଲା। କିଛି ଦିନ ହେବ ସେଠାରେ ସେ ଅଜଣା ଅପରିଚିତ ମହିଳାଙ୍କ ଭଳି  ବୁଲୁ ଥିଲେ।  ଜୁନ୍ ୨୦୧୯ରେ ନ୍ୟୁୟର୍କରୁ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଖୋଜୁ ଥିଲେ। ହେଲେ କିଛି ସୂଚନା ସେମାନଙ୍କୁ ମିଳି ନ ଥିଲା। ଅବଶ୍ୟ ସେ ତାଙ୍କ ମଡେଲ ସ୍ବାମୀ ଆନଡ୍ରେ ବାରଲିନଲଙ୍କ ସହ ହିଁ ରହୁଥିଲେ।

ତେବେ ଏବେ ତାଙ୍କର ମାନସିକ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ହସପିଟାଲରେ ଭର୍ତି କରାଯାଇଛି। ଏହା ସହ ତାଙ୍କ ସନ୍ଧାନ ମିଳିଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି। କେଉଁ କାରଣ ପାଇଁ ସେ ନିଖୋଜ ହୋଇଥିଲେ ଏବେ ସୁଦ୍ଧା ସେ ନେଇ କିଛି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ।

   Related Posts