ପୋଲିସର ଦାଦାଗିରି ! ମହିଳାଙ୍କ ବେକ ଉପରେ ଛିଡା ହୋଇଗଲା ପୋଲିସ, ବେକର ହାଡ ଭାଙ୍ଗି ପଡିଛି ୧୬ଟି ଷ୍ଟିଚ୍

Published By : Prameya-News7 Bureau | July 15, 2020 IST

ରିୟୋ ଡି ଜେନେରିୟା ୧୫/୦୭ : ବ୍ରାଜିଲ ସାଓ ପାଓଲୋରେ ଜଣେ ୫୧ ବର୍ଷ ବୟସ୍କ କୃଷ୍ଣକାୟ ମହିଳାଙ୍କ ବେକ ଉପରେ ଛିଡା ହୋଇଥିବା ପୋଲିସକର୍ମୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି | ପୋଲିସକର୍ମୀ ମହିଳାଙ୍କ ବେକ ଉପରେ ଛିଡା ହୋଇଯିବାରୁ ମହିଳାଙ୍କ ବେକର ହାଡ ଭାଙ୍ଗି ଯାଇଛି ଏବଂ ୧୬ଟି ଷ୍ଟିଚ ପଡିଛି | ଘଟଣା ମେ ୩୦ ତାରିଖରେ ବୋଲି କୁହାଯାଉଛି | ପୀଡିତ ମହିଳା ୫ଶିଶୁଙ୍କ ମା | ଏହିଭଳି ଏକ ଘଟଣା ଆମେରିକାରେ ମଧ୍ୟ ଘଟିଥିଲା | ମେ ୨୫ ତାରିଖରେ ଆମେରିକା ପୋଲିସର ନିର୍ଯ୍ୟାତନାରେ ଜର୍ଜ ଫ୍ଲାଏଡ଼ ନାମକ କୃଷ୍ଣକାୟଙ୍କ ମୃତ୍ୟୁ ହୋଇଥିଲା | ଜର୍ଜଙ୍କ ମୃତ୍ୟୁ ପରେ ଆମେରିକାର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା |

{"id":300708,"width":570,"height":427,"sizeSlug":"large"}

ମହିଳାଙ୍କ ବେକ ଉପରେ ପୋଲିସକର୍ମୀ ଚଢି ଯିବାର ଭିଡିଓ ଭାଇରାଲ ହେବାପରେ ସାଓ ପାଓଲୋ ଗଭର୍ନର ଜୋଆଓ ଡୋରିୟା ଦୁଇ ପୋଲିସକର୍ମୀଙ୍କୁ ସସ୍ପେଣ୍ଡ କରିଛନ୍ତି | ଏହିଭଳି ଘଟଣା ବରଦାସ୍ତ କରାଯିବ ନାହିଁ ବୋଲି ଗଭର୍ନର କହିଛନ୍ତି | ଏହାସହ ସହରର ୨ ହଜାର ପୋଲିସକର୍ମୀଙ୍କ ବଡିରେ କ୍ୟାମେରା ଲଗାଇବାକୁ ଗଭର୍ନର ଆଦେଶ ଦେଇଛନ୍ତି |

wp:core-embed/twitter {"url":"https://twitter.com/CentreLeak/status/1283063705685553154","type":"rich","providerNameSlug":"twitter","className":""}
https://twitter.com/CentreLeak/status/1283063705685553154
/wp:core-embed/twitter

ଆମେରିକା ମେନୋପୋଲିସ ସହର ପୋଲିସ ମେ ୨୫ ତାରିଖରେ ଜର୍ଜ ଫ୍ଲାଏଡ଼ଙ୍କୁ ଆଫ୍ରିକାନ-ଆମେରିକାନ ଗ୍ରୋସରୀ ଷ୍ଟୋରରେ ଠକାମୀ ଅଭିଯୋଗରେ ଧରିଥିଲା | ପୋଲିସ ଅଧିକାରୀ ଡେରେକ ଜର୍ଜଙ୍କୁ ଗିରଫ କରିଥିଲେ | ଗିରଫ କରିବା ପରେ ତାଙ୍କୁ ତଳେ ପକାଇ ତାଙ୍କ ବେକ ଉପରେ ଚଢି ଯାଇଥିଲେ | ଜର୍ଜଙ୍କ ବେକକୁ ନିଜ ଆଣ୍ଠୁରେ ୮ ମିନିଟ ୪୬ ସେକେଣ୍ଡ ଯାଏଁ ମାଡି ରଖିଥିଲେ | ଯାହାଫଳରେ ଜର୍ଜଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିଲା ଏବଂ ତାଙ୍କ ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା | ଏହି ମାମଲାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବି ଲୋକେ ସମାଲୋଚନା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.