ଟିକା ଡିଲ୍‌ କରି ଅଡ଼ୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି, ତାଙ୍କ ବିରୋଧରେ ଦୁର୍ନୀତି ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

Published By : Prameya-News7 Bureau | July 03, 2021 IST

ବ୍ରାସିଲିଆ ୩/୦୭: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇ ମୁସକିଲ ବଢ଼ୁଛି। ଭାରତୀୟ ଭ୍ୟାକସିନ୍‌ ନିର୍ମାତା ଭାରତ ବାୟୋଟେକ୍‌ ପାଖରୁ ଅଧିକ ଦାମରେ ଭ୍ୟାକସିନ୍‌ ଡିଲ୍‌ କରିଥିବା ଅଭିଯୋଗ ଉପ​ରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ ହେବ। ଶୁକ୍ରବାର ବ୍ରାଜିଲ୍‌ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ଝଟକା ଦେବା ସହ ଭ୍ୟାକସିନ୍‌ ଦୁର୍ନୀତି ଅଭିଯୋଗ ଉପରେ ଅପରାଧିକ ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି।

ସୁପ୍ରିମକୋର୍ଟର ଜଜ ଜଷ୍ଟିସ୍‌ ରୋଜା ବେବର ମାମଲାର ଶୁଣାଣି ବେଳେ ଏହି  ତଦନ୍ତ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ୨୯ ଜୁନ୍‌ ପର୍ଯ୍ୟନ୍ତ ବ୍ରାଜିଲ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅର୍ଥ ଦିଆଯାଇନଥିଲା ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି । ଏହା ସହ ବ୍ରାଜିଲ୍‌ ସହ ହୋଇଥିବା କୋଭାକ୍ସିନ୍‌ ଡିଲ୍‌ ମଧ୍ୟ ବାତିଲ ହୋଇଛି।

ବ୍ରାଜିଲ୍‌ ସରକାରଙ୍କ ଉପରେ ଟିକା କ୍ରୟକୁ ନେଇ ଦୁର୍ନୀତି ଅଭିଯୋଗ ଆସିବା ପରେ କୋଭାକ୍ସିନ୍‌ର ୨୦ ମିଲିୟନ୍‌ ଡୋଜ୍‌ କ୍ରୟ ବୁଝାମଣା ରଦ୍ଦ ହୋଇଛି। ବିଶେଷ କରି ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସନାରୋଙ୍କ ବିରୋଧରେ ଟିକା କ୍ରୟ ନେଇ ଅନିୟମିତତା ଅଭିଯୋଗ ହେବା ପରେ ଡିଲ୍‌ ବାତିଲ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ମାର୍ସିଲୋ କିରୋଗା ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.