ବ୍ରାଜିଲ୍‌ରେ ସପ୍ତାହେ ମଧ୍ୟରେ ଚତୁର୍ଥ ଥର ପାଇଁ ଦୈନିକ ମୃତ୍ୟୁହାର ହଜାରେ ଟପିଲା : ତଥାପି ରାଷ୍ଟ୍ରପତି ବିନ୍ଦାସ

Published By : Prameya-News7 Bureau | May 27, 2020 IST

ବ୍ରାଜିଲିଆ ୨୭/୦୫ : ବ୍ରାଜିଲରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ କାରଣରୁ ୧ ହଜାର ୩୯ ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ କରାଯାଇଛି | ସପ୍ତାହେ ମଧ୍ୟରେ ଚତୁର୍ଥଥର ପାଇଁ ଦକ୍ଷିଣ ଆମେରିକୀୟ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଅତିକ୍ରମ କରିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୨୪ ହାଜର ୫୧୨ କୁ ବୃଦ୍ଧି ପାଇଛି | ଏଥିପାଇଁ ବୋଲସନାରୋଙ୍କୁ ଦୋଷ ଦିଆଯାଇଛି କାରଣ ସେ ଏହି ମାରାତ୍ମକ ଭାଇରସକୁ ଏକ ସାମାନ୍ୟ ଫ୍ଲୁ ବୋଲି କହିଥିଲେ |

{"id":276848,"width":570,"height":380,"sizeSlug":"large"}

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ସଂଖ୍ୟା ସମ୍ଭବତଃ ବହୁତ ଅଧିକ କିନ୍ତୁ ପରୀକ୍ଷଣର ଅଭାବ ଯୋଗୁଁ ଅନେକ ମାମଲା ଜଣାପଡ଼ୁନି | ବ୍ରାଜିଲର ଜନସଂଖ୍ୟା ୨୧୦ ମିଲିୟନ | କରୋନାରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୨୨୨ ଜଣ | ବିଶ୍ୱରେ କରୋନା ସଂକ୍ରମଣ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ ଦିତ୍ୟ ସ୍ଥାନରେ ରହିଛି |

{"id":276849,"sizeSlug":"large"}

ତେବେ ରାଷ୍ଟ୍ରପତି ବୋଲସନାରୋ କରୋନାକୁ ଏବେ ମଧ୍ୟ ସାମାନ୍ୟ ଫ୍ଲୁ ବୋଲି କହୁଛନ୍ତି ଏବଂ କୌଣସି ଦୃଢ ପଦକ୍ଷେପ ନେଉ ନାହାନ୍ତି | ସେ ଦେଶରେ ଜିମ୍ ଏବଂ ସୁଇମିଂ ପୁଲ୍ ଖୋଲିବାକୁ ଖୋଲିଛନ୍ତି | ମେ ୨୪ ତାରିଖରେ ସେ ଏକ ଆଣ୍ଟି-ଲକଡାଉନ୍ ରାଲି କରିଥିଲେ ଯାହା ବ୍ରାଜିଲ ସରକାର ନିଜେ ପ୍ରଯୋଜିତ କରିଥିଲେ |

{"id":276850,"sizeSlug":"large"}

ମୋଟାମୋଟି ଭାବେ କହିବାକୁ ଗଲେ, ୬୫ ବର୍ଷୀୟ ନେତା ସାମାଜିକ ଦୂରତା ନିୟମାବଳୀ ପ୍ରତି ଧ୍ୟାନ ଦେଇନାହାଁନ୍ତି ଏବଂ କରୋନା ସଂକ୍ରମଣକୁ ଖାତିର ନ କରି ତାଙ୍କ ସମର୍ଥକଙ୍କୁ ଆଲିଙ୍ଗନ ମଧ୍ୟ କରୁଛନ୍ତି | ଏହି ଉପାୟରେ ସେ କେବଳ ନିଜ ଜୀବନକୁ ବିପଦରେ ପକାଉ ନାହାନ୍ତି ବରଂ ଅଗଣିତ ଜନତାଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.