ବ୍ରାଜିଲ୍‌ରେ କରୋନା ବେକାବୁ, ରେକର୍ଡସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କ'ଣ ରହିଛି ପରିସ୍ଥିତି

Published By : Prameya-News7 Bureau | March 10, 2021 IST

ବ୍ରାସିଲିଆ, ୧୦/୦୩: ବ୍ରାଜିଲ୍‌ରେ କରୋନାର ପ୍ରଭାବ ଏବେ ବି ଜାରି ରହିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୭୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ବ୍ରାଜିଲ୍‌ରେ ଏତେ ସଂଖ୍ୟକ ଲୋକ କୋଭିଡ୍‌ ସଂକ୍ରମଣରେ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସ ୩ ତାରିଖରେ ୧୮୪୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍‌ରେ ୭୦,୭୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକି ବିଶ୍ୱରେ ସବୁଠାରୁ ଅଧିକ । ଏହି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୧୨ କୋଟି ଲୋକ ସଂକ୍ରମିତ ହୋଇ ସାରିଛନ୍ତି । ୯୮.୪୩ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେ ଳେ ୧.୬୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ସାରା ବିଶ୍ୱରେ ଆମେରିକାରେ ସବୁଠାରୁ ଅଧିକ ଲୋକ କୋଭିଡ୍‌ରେ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି । ତୃତୀୟରେ ବ୍ରାଜିଲ୍‌ ଥିବା ବେଳେ ଚତୁର୍ଥରେ ଋଷ୍‌, ପଞ୍ଚମରେ ୟୁକେ, ଷଷ୍ଠରେ ଫ୍ରାନ୍ସ, ସପ୍ତମରେ ସ୍ପେନ୍‌, ଅଷ୍ଟମରେ ଇଟାଲି, ନବମରେ ତୁର୍କୀ, ଦଶମରେ ଜର୍ମାନୀ ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.