Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ମୋଦୀଙ୍କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି, କହିଲେ- ‘ହନୁମାନଙ୍କ ଭଳି ସଞ୍ଜିବନୀ ପ୍ରଦାନ କରିଥିବାରୁ ଭାରତକୁ ଧନ୍ୟବାଦ’

8/04/2020 at 4:05 PM

ନୂଆଦିଲ୍ଲୀ, ୦୮|୦୪:  ଭାରତ କରୋନା ଭାଇରସ ସଙ୍କଟ ମଧ୍ୟରେ ଆମେରିକା ସମେତ ଅନ୍ୟ ଦେଶକୁ ସହାୟତାର ହାତ ବଢାଇଛି । ଭାରତ ସରକାର ଔଷଧ ରପ୍ତାନୀ ଉପରୁ ବ୍ୟାନ ହଟାଇ ଦେଇଛନ୍ତି । ଫଳରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତକୁ ପ୍ରଶଂସା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଏବେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହାଇଡ୍ରୋକ୍ସକ୍ଲୋରୋକ୍ୱିନ ରପ୍ତାନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବ୍ରାଜିଲ ଭାରତର ସାହାଯ୍ୟକୁ ରାମାୟଣରେ ହନୁମାନଙ୍କ ଦ୍ୱାରା ସଞ୍ଜିବନୀ ଆଣିବା ସହ ତୁଳନା କରିଛି ।

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ମୋଦୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ଏହି ଚିଠିରେ ଭାରତ-ବ୍ରାଜିଲ ମଧ୍ୟରେ ବନ୍ଧୁତା ଓ ଭାରତର ସହାଯ୍ୟ ବାବଦରେ ଉଲ୍ଲେଖ ରହିଛି । ଚିଠିରେ ଉଲ୍ଲେଖ ରହିଛି ଯେ, କରୋନା ଭାଇରସ ମହାମାରୀ ମଧ୍ୟରେ ଭାରତ ବ୍ରାଜିଲକୁ ସାହାଯ୍ୟ କରିଛି । ରାମାୟଣରେ ହନୁମାନ ରାମ ଓ ଭାଇ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବନୀ ଆଣିବା ଭଳି ମୋଦୀ ସାହାଯ୍ୟ କରିଛନ୍ତି ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ମୋଦୀଙ୍କୁ ପ୍ରଶଂସା କରି ଆମେରିକାକୁ ସେ ସାହାଯ୍ୟ କରିଛନ୍ତି ବୋଲି କହିଥିଲେ ।

   Related Posts