Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ବ୍ରାଜିଲ୍ ରାଷ୍ଟ୍ରପତି ବୋଲସନାରୋଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍: ସାମାନ୍ୟ ଫ୍ଲୁ କହି ମାସ୍କ ଓ ସାମାଜିକ ଦୂରତାକୁ କରୁଥିଲେ ବିରୋଧ

16/07/2020 at 12:43 PM

ରିୟୋ ୧୬/୦୭ : ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସନାରୋଙ୍କ ସଙ୍କଟ କମିବାର ନାଁ ନେଉନାହିଁ | କିଛି ଦିନ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ମଙ୍ଗଳବାର ଦିନ ଦ୍ୱିତୀୟଥର ପାଇଁ ତାଙ୍କର ପରୀକ୍ଷା କରାଯାଇଥିଲା | ତାଙ୍କର ଦ୍ୱିତୀୟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି | ବୋଲସନାରୋ ବୁଧବାର ଦିନ ଏକ ଭିଡିଓ ସନ୍ଦେଶ ଜାରି କରି କହିଛନ୍ତି ଯେ ସେ ଏବେ ମଧ୍ୟ କୋଭିଡ୧୯ ପଜିଟିଭ | ତେବେ ତାଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିଛି | ପ୍ରାଥମିକ ସ୍ଥରରେ ବୋଲସନାରୋ କରୋନାକୁ ମାମୁଲି ଫ୍ଲୁ ବୋଲି କହିଥିଲେ | କରୋନାକୁ ଗମ୍ଭୀରତାର ସହ ନେଇନଥିଲେ | ସେଥିପାଇଁ ସେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବିରୋଧ କରିଥିଲେ |

ରାଜଧାନୀ ବ୍ରାସିଲିୟାରେ ନିଜର ସରକାରୀ ବାସଭବନରୁ ଫେସବୁକ ଲାଇଭରେ ବୋଲସନାରୋ କହିଛନ୍ତି ଯେ, ଗତକାଲି ସକାଳେ ମୋର ପୁଣିଥରେ କରୋନା ଯାଞ୍ଚ ହୋଇଥିଲା ଯାହାର ରିପୋର୍ଟ ସନ୍ଧ୍ୟାରେ ଆସିଛି | ମୁଁ ଏବେ ମଧ୍ୟ କରୋନା ପଜିଟିଭ ରହିଛି | ତେବେ ତାଙ୍କର ଲକ୍ଷଣ ସାମାନ୍ୟ ରହିଛି | ତାଙ୍କୁ ବର୍ତ୍ତମାନ ଆଣ୍ଟି ମାଲେରିୟା ଔଷଧ ହାଇଡ୍ରୋକ୍ଲୋରୋକ୍ୱିନ ଦିଆଯାଉଛି | ଗତ ମାସରେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହେବାପରେ ବୋଲସନାରୋ ଏହି ଔଷଧ ଖାଉଛନ୍ତି | 

ସୂଚନାଯୋଗ୍ୟ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟ୍ରାଏଲ ରୋକିବା ପରେ ମଧ୍ୟ ଅନେକ ଦେଶ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧର ବ୍ୟବହାରକୁ ମଞ୍ଜୁରୀ ଦେଇଛନ୍ତି | ଏହି ଔଷଧ କରୋନା ଚିକିତ୍ସା ପାଇଁ କେତେ ଲାଭଦାୟକ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ | ଏହାର ବ୍ୟବହାରକୁ ବୈଜ୍ଞାନିକଙ୍କ ମଧ୍ୟରେ ତର୍କ ଜାରି ରହିଛି |

   Related Posts