Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଦେଶରେ ରାଷ୍ଟ୍ରପତିଙ୍କ ଭୁଲ ପାଇଁ କରୋନା ନେଲାଣି ୧୦ ହଜାର ଜୀବନ, ଏବେ ଦେଢ ଲକ୍ଷ ସଂକ୍ରମିତ

9/05/2020 at 7:44 PM

ନୂଆଦିଲ୍ଲୀ, ୦୯|୦୫:   ବ୍ରାଜିଲରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏଠାରେ ପ୍ରତିଦିନ ୧୦ ହଜାରରୁ ଅଧିକ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । ବ୍ରାଜିଲରେ ଏବେସୁଦ୍ଧା ୧ଲକ୍ଷ ୪୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଏଠାରେ ପ୍ରାୟ ୮୦୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏହି ସ୍ଥିତି ପରେ ରାଷ୍ଟ୍ରପତି ଜାୟର ବୋଲସୋନାରୋ ବିଭିନ୍ନ ପ୍ରଶ୍ନରେ ଛନ୍ଦି ହୋଇଛନ୍ତି । ଏହି ମହାମାରୀ ପାଇଁ ତାଙ୍କୁ ଦାୟୀ କରାଯାଇଛି ।

ନିଜ ବୟାନ ଓ ନେତୃତ୍ୱ ପାଇଁ ଚର୍ଚ୍ଚାରେ ରହୁଥିବା ବୋଲସୋନାରୋଙ୍କୁ ଜଣେ ସାମ୍ବାଦିକ କରୋନା ସ୍ଥିତି ବାବଦରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେଇଠୁ କଣ ହେଲା ବୋଲି ବୋଲସୋନାରୋ କହିଥିଲେ ।  କରୋନା ମହମାରୀ ପାଇଁ ତାଙ୍କୁ ଦାୟୀ କରାଯିବା ସହ ସମାଲୋଚନା ମଧ୍ୟ କରାଯାଉଛି । ଏବେ ତାଙ୍କର ବୟାନକୁ ନେଇ ସମର୍ଥକମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିକଟରେ ସେ ଫେସବୁକ୍ ପେଜରେ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନକୁ ମଧ୍ଯ ଟାର୍ଗେଟ୍ କରିଥିଲେ ।

ଏତତ୍ ବ୍ୟତୀତ ବୋଲସୋନାରୋ କରୋନା ଭାଇରସକୁ ସାମାନ୍ୟ ଜ୍ୱର ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ସୁସ୍ଥ ଲୋକମାନେ ଭାଇରସ ସଂସ୍ପର୍ଶରେ ଆସିଲେ ମଧ୍ୟ କିଛି ହେବ ନାହିଁ । ଯଦି ସ୍ଥିତି ସଙ୍ଗୀନ ହୁଏ ତେବେ ସାମାନ୍ୟ ଜ୍ୱର ଭଳି ଅନୁଭବ ହେବ । ସେ ଲଗାତାର ଭାବେ ସାମାଜିକ ଦୂରତା ଭଙ୍ଗ କରିବା ସହ ବିଭିନ୍ନ ଲକଡାଉନ୍ ବିରୋଧି ରାଲି ମଧ୍ୟ କରୁଛନ୍ତି । ଏପରିକି ସମର୍ଥକଙ୍କ ସହ ହାତ ମଧ୍ୟ ମିଳାଉଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ସତ୍ତ୍ୱେ ସେ ଦେଶରେ ଲକଡାଉନ୍ ଲାଗୁ କରିନଥିଲେ । ଏପରିକି ଲକଡାଉନ୍ ବିରୋଧରେ ଲୋକଙ୍କୁ ରାସ୍ତାକୁ ଓହ୍ଲାଇଥିଲେ । ଏବେ ବ୍ରାଜିଲବାସୀ ରାଷ୍ଟ୍ରପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଲୋକଙ୍କ କହିବାନୁସାରେ, ବୋଲସୋନାରୋଙ୍କ ଭୁଲ ପଦକ୍ଷେପ ପାଇଁ ବ୍ରାଜିଲବାସୀ ହନ୍ତସନ୍ତ ହେଉଛନ୍ତି ।

   Related Posts