Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା ! କିନ୍ତୁ ପୁଅ କହିଲେ…

13/03/2020 at 10:09 PM

ନୂଆଦିଲ୍ଲୀ, ୧୩|୦୩:  ମାରାତ୍ମକ କରୋନା ଭାଇରସ ପାଇଁ ଏବେ ସାରାବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଅନ୍ୟ ଦେଶକୁ ବ୍ୟାପିଛି । ଏହା ମଧ୍ୟରେ କରୋନା ସଂକ୍ରମଣକୁ ନେଇ ଏକ ବଡ଼ ଖବର ଆସିଛି । ବ୍ରାଜିଲ୍‌ ରାଷ୍ଟ୍ରପତି  ଜାୟର ବୋଲସୋନାରୋଙ୍କ ପରୀକ୍ଷଣରେ ପଜିଟିଭ୍ ରିପୋର୍ଟ ଆସିଛି। ବ୍ରାଜିଲ୍‌ ମିଡିଆ ସୂତ୍ରରୁ ସୂଚନା ମିଳିଛି।  

ସୂଚନା ମୁତାବକ, ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କ ପ୍ରେସ୍‌ ସଚିବ ଆମେରିକାକୁ ଏକ ଟ୍ରିପ୍‌ରେ ଯାଇଥିବା ବେଳେ ସଂକ୍ରମିତ ହୋଇଥିଲେ । ଆଉ ତାଙ୍କ ପରେ ଜେର ବୋଲସୋନୋରୋଙ୍କ ପରୀକ୍ଷଣରେ  ଏହି ପଜିଟିଭ୍ ଆସିଛି । ତେବେ ତାଙ୍କ ପୁଅ ଇଡୁଆର୍ଡୋ ବୋଲସୋନାରୋ ଟ୍ୱିଟ୍‌ରେ ଏହାକୁ ଖଣ୍ଡନ କରିଛନ୍ତି। ସେ  କହିଛନ୍ତି ,ଆମେରିକା ଯାଇଥିବା  ପ୍ରତିନିଧି ମଣ୍ଡଳଙ୍କ ପାଇଁ  କରୋନା ଭାଇରସ୍‌ ପରୀକ୍ଷଣ ଫଳାଫଳ ଏବେ ପ୍ରସ୍ତୁତ ହୋଇନାହିଁ । ରିଓଡି ଜେନେରୋ ଜଣେ  ସ୍ତମ୍ଭକାରଙ୍କ ପରେ ତାଙ୍କର ଟ୍ୱିଟ୍‌ ଆସିଛି ଏବଂ ରାଷ୍ଟ୍ରପତିଙ୍କର ପ୍ରଥମ ପରୀକ୍ଷଣ ପଜିଟିଭ୍‌ ଥିଲା ।

ଆମେରିକାରେ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ତିନି ଦିନିଆ ଗସ୍ତ ସମୟରେ ବୋଲସୋନାରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫ୍ଲୋରିଲା ମାର୍-ଏ- ଲାଗୋ ରିସର୍ଟରେ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ବ୍ରାଜିଲର ଜଣେ ଅଧିକାରୀ  ଯିଏକି ଟ୍ରମ୍ପ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ସହ ସାକ୍ଷାତ କରିଥିଲେ, ତାଙ୍କର  କରୋନା ଭାଇରସ (କୋଭିଡ-୧୯)ର ପରୀକ୍ଷଣ ପଜିଟିଭି ଥିଲା । ବ୍ରାଜିଲ୍‌ ସରକାର  ଗୁରୁବାର  ସ୍ପଷ୍ଟ କରିଛନ୍ତିକି ଜାୟର ବୋଲସୋନାରୋଙ୍କ ପ୍ରେସ୍‌ ସଚିବ ଫାବିଓ ୱାଜେନଗାର୍ଟନଙ୍କର କରୋନା ଭଇରସର ପରୀକ୍ଷଣର ପଜିଟିଭ୍ ରିପୋର୍ଟ ଆସିଥିଲା ।

ୱାଜେନଗାର୍ଟନ ଆମେରିକା ଗସ୍ତରେ ରାଷ୍ଟ୍ରପତି ବୋଲସୋନାରୋଙ୍କ ସହ ଥିଲେ , ଯେତେବେଳେ ସେମାନେ ଫ୍ଲୋରିଡାରେ ଟ୍ରମ୍ପଙ୍କ ମାର-ଏ –ଲାଗୋ ନିବାସରେ ଟ୍ରମ୍ପ , ପେନ୍ସ ଓ ଅନ୍ୟ ହ୍ୱାଇଟ୍‌ ହାଉସ୍‌ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ।   ଟ୍ରମ୍ପ ଓ ପେନ୍ସଙ୍କର ପରୀକ୍ଷଣ ପାଇଁ କୌଣସି ପ୍ଲାନ୍‌ ହୋଇନି ବୋଲି ଗୁରୁବାର ଦିନ ହ୍ୱାଇଟ୍‌ ହାଉସ୍‌ କହିଛି ।

   Related Posts