ଆମେରିକା ପରେ ଏବେ ଏହି ଦେଶରେ ସାଙ୍ଘାତିକ ରୂପ ନେଲା କରୋନା, ଶବ ପୋତିବାକୁ ଜାଗା ମିଳୁନି

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: କରୋନା ସଂପ୍ରତି ପୂରା ଦୁନିଆରେ ଆତଙ୍କ ଖେଳାଇ ରଖିଛି। ଚୀନ, ଇଟାଲୀ, ଫ୍ରାନ୍ସ ଓ ଆମେରିକା ପରେ ଏବେ ବ୍ରାଜିଲ କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ର ସ୍ଥଳ ହେବାକୁ ଯାଉଛି। ଦକ୍ଷିଣ ଆମେରିକାର ଏହି ଦେଶ କରୋନା ସଂକ୍ରମିତ ମାମଲାରେ ରୁଷକୁ ପଛରେ ପକାଇ ପୂଆ ଦୁନିଆରେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଗତ ୪୮ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବିପଦଜ୍ଜନକ  ଭାବେ ବୃଦ୍ଧି ଘଟିଛି। ଏହି ଦେଶରେ କରୋନା ସ୍ଥିତି କେମିତି ଗମ୍ଭୀର ରହିଛି, ଆପଣ ଏଥିରୁ ଅନୁମାନ  ଲଗାଇ ପାରିବେ ଯେ, ଗତ ୨୪ ଘଣ୍ଟାରେ ମହାମାରୀ କାରଣରୁ ୧୧୭୯ ଜଣଙ୍କ ପ୍ରାଣହାନୀ ଘଟିଛି।

ବ୍ରାଜିଲ୍‌ରେ ସ୍ଥିତି ଏମିତି ଦୟନୀୟ ହୋଇ ପଡିଛି ଯେ, ସେଠାକାର ସବୁଠୁ ବଡ କବରସ୍ତାନରେ ଶବ ପୋତିବା ଲାଗି  ଜାଗା ମିଳୁନାହିଁ। କିଛି ଲୋକ ନିଜ ପରିଜନଙ୍କ ମୃତ ଶରୀରକୁ ସଡକ ଓ କବରସ୍ତାନ ବାହାରେ ଛାଡି ଚାଲି ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମେ ୧୨ରେ କେବଳ ଗୋଟିଏ ଦିନରେ ୮୮୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା।

{"id":274935,"sizeSlug":"large"}

ବ୍ରାଜିଲ୍‌ରେ ଅଦ୍ୟାବଧି ୩ ଲକ୍ଷ ୧୯ ହଜାର ୬୯ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଏହି ମହାମାରୀରେ ୨୦ ହଜାର ୫୪୧ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଠାରେ ଏମିତି ଗତିରେ ପୀଡିତଙ୍କ ମୃତ୍ୟୁ ଘଟୁଛି ଯେ, କବରସ୍ତାନରେ ଶବ ପୋତିବାକୁ ଜାଗା ମିଳୁନାହିଁ। ଅଧିକାରୀଙ୍କ ଅନୁଯାୟୀ ବ୍ରାଜିଲ୍‌ରେ ଅବସ୍ଥା ଆଗକୁ ଆହୁରି ସାଙ୍ଘାତିକ ହୋଇପାରେ।

ବ୍ରାଜିଲ୍‌ର ସାଓ ପାଉଲୋରେ ଲାଟିନ୍ ଆମେରିକାର ସବୁଠୁ ବଡ କବରସ୍ତାନ ରହିଛି। ଏହାର ନାମ ଭିଲା ଫୋର୍ମାସ୍। ଏହି କବରସ୍ତାନରେ ଶବ ପୋତୁଥିବା କର୍ମଚାରୀଙ୍କୁ  ଏବେ ଘଣ୍ଟା ବଦଳରେ ୧୨ ଘଣ୍ଟା ଡ୍ୟୁଟି କରିବାକୁ ପଡୁଛି। ତଥାପି ଶବ ପୋତା କାମ ସରୁନାହିଁ।

{"id":274936,"sizeSlug":"large"}

କର୍ମଚାରୀଙ୍କ ଅନୁଯାୟୀ ଗୋଟିଏ ଶବ ନପତୁଣୁ ଆହୁରି ନୂତନ ୧୫ଟି ଶବ ପହଞ୍ଚି ଯାଉଛି। ଏବେ ବ୍ରାଜିଲରେ ରାତିରେ ମୃତକଙ୍କ ଶବ ପୋତା କାମ ମଧ୍ୟ ଚାଲୁଛି। ମାତ୍ର ପ୍ରତିଦିନ ବହୁଳ ସଂଖ୍ୟାରେ ଶବ ଆସିବାରୁ ପୋତିବାକୁ ଜାଗା କମ ପଡୁଛି।

ଅନେକ ଲୋକ ନିଜ ପରିଜନଙ୍କ ଶବ ପୋତିବାକୁ ଅପେକ୍ଷା କରୁଥିବା ବେଳେ ଆଉ କେହି ଶବକୁ ସଡକ ଓ କବରସ୍ତାନ ବାହାରେ ଛାଡି ଚାଲି ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.