Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ଆଗରେ ହାର ମାନିଲା ବ୍ରାଜିଲର ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ନାହିଁ , ହସ୍ପିଟାଲରେ ରୋଗୀଙ୍କୁ ବେଡରେ ବାନ୍ଧି ରଖିଛନ୍ତି ଡାକ୍ତର

17/04/2021 at 4:04 PM

ବ୍ରାସିଲିଆ: କରୋନା ନୂଆ ଷ୍ଟ୍ରେନ୍‌ ଏବେ ସାରା ବିଶ୍ୱରେ ପ୍ରକୋପ କରୁଛି। ଅନେକ ୟୁରୋପୀୟ ଦେଶଙ୍କ ଅବସ୍ଥା ଦୟନୀୟ ହୋଇପଡିଥିବାବେଳେ ବ୍ରାଜିଲରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରୋନା ସଂକ୍ରମଣ ଆଗରେ ଏବେ ହାର ମାନିଛି। ଦେଶରେ ଦୈନିକ ସଂକ୍ରମଣ ମାମଲା ଏତେ ବଢି ଯାଇଛି ଯେ ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ସମ୍ଭାଳିବା ଏବେ କଷ୍ଟକର ହୋଇପଡିଛି। ଔଷଧର ଅଭାବ ଦେଖା ଦେଇଥିବା ବେଳେ ପରିସ୍ଥିତି ଅଣାୟତ ହେବା ଯୋଗୁ ହସ୍ପିଟାଲ ବେଡରେ ରୋଗୀଙ୍କୁ ବାନ୍ଧି ରଖିବାକୁ ପଡୁଛି।

ମିଳୁଥିବା ଗଣମାଧ୍ୟମ ରିପୋର୍ଟରୁ ଔଷଧ ମିଳୁନଥିବାରୁ ରୋଗୀ ଔଷଧ ବିନା ଇଣ୍ଟ୍ୟୁବେସନ ପ୍ରକ୍ରିୟାରେ ରହିବାକୁ ବାଧ୍ୟ ହେଉଛନ୍ତି। ସାଓପାଓଲୋ ସ୍ୱାସ୍ଥ୍ୟ ସଚିବ ଗୁରୁତର କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସେବା ଲାଗି ସହରର କ୍ଷମତା ଶେଷ ହେଉଥିବା ସୂଚିତ କରିଛନ୍ତି। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍ସେଲୋ କ୍ୟୁରୋଗା ଜରୁରି ଓ ଅତ୍ୟାବଶ୍ୟକ ଔଷଧ ଲାଗି ସ୍ପେନ୍ ଓ ଅନ୍ୟ ଦେଶଙ୍କ ସହ କଥାବାର୍ତା ହୋଇଥିବା କହିଛନ୍ତି। ଏବେ ହସ୍ପିଟାଲମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମଧ୍ୟ ନଥିବାର ସେ ସ୍ୱୀକାର କରିଛନ୍ତି।

ଦେଶର ଉଦବେଗଜନକ ସ୍ୱାସ୍ଥ୍ୟାବସ୍ଥାକୁ କିନ୍ତୁ ମାନିବାକୁ ନାରାଜ ରାଷ୍ଟ୍ରପତି ଜେୟର ବୋଲସେନାରେ। କରୋନା ଆଦୌ ଗୁରୁତର ନୁହେଁ ବୋଲି ସେ କହୁଛନ୍ତି। ଗତବର୍ଷ ସଂକ୍ରମଣ କାଳରେ ସେ ମଧ୍ୟ ସଂକ୍ରମିତ ହୋଇଥିଲେ। ତେବେ ଆର୍ଥିକ ସ୍ଥିତି ପ୍ରଭାବିତ ହେବା ଆଶଙ୍କାରେ ଦେଶରେ କୌଣସି ପ୍ରକାର  କଟକଣା ଜାରି ପାଇଁ ରାଷ୍ଟ୍ରପତି ରାଜି ହେଉ ନାହାନ୍ତି। କୋରନା ଭାକ୍ସିନକୁ ମଧ୍ୟ ସେ ପରିହାସ କରୁଛନ୍ତି। ସେ ନିଜେ ମଧ୍ୟ ଭାକ୍ସିନ ନେଉ ନାହାନ୍ତି।

Residents place roses on mattresses symbolizing COVID-19 victims, during a protest against the Government’s handling of the COVID-19 pandemic, organized by the Rio de Paz NGO, in front of the Ronaldo Gazolla hospital in Rio de Janeiro, Brazil, Wednesday, March 24, 2021. (AP Photo/Silvia Izquierdo)

   Related Posts