Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ସଂସଦକୁ ଲୋ-କଟ ଡ୍ରେସ ପିନ୍ଧି ଆସିଲେ ମହିଳା ସାଂସଦ : ହେଲେ ସମାଲୋଚନାର ଶିକାର

13/02/2019 at 3:40 PM

ମହିଳାଙ୍କୁ ନିଜର ପୋଷାକକୁ ନେଇ ସବୁବେଳେ କମେଣ୍ଟର ଶିକାର ହେବାକୁ ପଡିଥାଏ | ମହିଳାଙ୍କ ଡ୍ରେସ ପିନ୍ଧା ବା ପୋଷାକକୁ ଦେଖି କମେଣ୍ଟ କରିବା ବହୁତ ପୁରୁଣା ଘଟଣା | ଆଜିଯାଏଁ ମଧ୍ୟ ମହିଳାଙ୍କୁ ନିଜ ପୋଷାକ ପାଇଁ ଟ୍ରଲର ଶିକାର ହେବାକୁ ପଡୁଛି | କେବଳ ସାଧାରଣ ମହିଳା ନୁହେଁ ବରଂ ଅଭିନେତ୍ରୀ ତଥା ରାଜନେତ୍ରୀ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି | ବ୍ରାଜିଲର ଜଣେ ନେତ୍ରୀ ତଥା ସାଂସଦ ପିନ୍ଧିଥିବା ଡ୍ରେସକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରଲର ଶିକାର ହୋଇଛନ୍ତି | ତାଙ୍କ ଡ୍ରେସକୁ ନେଇ ଲୋକେ ତାଙ୍କୁ ନାନା ସମାଲୋଚନା କରିଛନ୍ତି |


ବ୍ରାଜିଲର ମହିଳା ସାଂସଦ ଏନା ପାଉଲା ଦି ସିଲଭା ଏକ କାର୍ଯ୍ୟକ୍ରମରେ ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ ଆସିଥିଲେ | ସାଂସଦଙ୍କ ଡ୍ରେସକୁ ନେଇ ଲୋକେ ସମାଲୋଚନା କରିଥିଲେ | କିଛି ଲୋକେ ତାଙ୍କ ଡ୍ରେସର ପ୍ରଶଂସା କରିଥିବାବେଳେ ଆଉ କିଛି ତାଙ୍କୁ ନାନା ଅଶ୍ଳୀଳ କମେଣ୍ଟ କରିଥିଲେ | କିଛି ଲୋକେ ଏନାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଇଥିଲେ | ସ୍ଥିତି ଏଭଳି ହୋଇଯାଇଥିଲା ଯେ ଏନାଙ୍କ ଲୋ-କଟ ଡ୍ରେସକୁ ନେଇ ସୋସିଆଲ ମିଡ଼ିଆ ଦୁଇ ଭାଗ ହୋଇଯାଇଥିଲା |


କିଛି ଲୋକେ ମତ ପୋଷଣ କରିଥିଲେ ଯେ, ଡ୍ରେସ ସହ ମଣିଷ ବ୍ୟକ୍ତିତ୍ୱର କୌଣସି ସମ୍ପର୍କ ନାହିଁ | ଡ୍ରେସକୁ କାହାକୁ ସମାଲୋଚନା କରିବା ଅନୁଚିତ | ଅପରପକ୍ଷରେ କିଛି ଲୋକେ ଡ୍ରେସକୁ ଅନୁଚିତ ବା ସକିଙ୍ଗ ବୋଲି କହିଥିଲେ | ଲୋକଙ୍କ କହିବାନୁଯାୟୀ ଏନାଙ୍କୁ ଏଭଳି ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ ଆସିବା ଉଚିତ ନୁହେଁ | ଆଉ କିଛି ଲୋକେ ତ କହିଲେ ଯେ, ଏନା ଡ୍ରେସର ବ୍ରାଣ୍ଡିଙ୍ଗ କରୁଛନ୍ତି |


ଏନା ବି ଚୁପ ବସିବାଭଳି ମହିଳା ନୁହନ୍ତି | ସେ ମଧ୍ୟ ସମାଲୋଚକଙ୍କୁ ଏହାର ଜବାବ ଦେଇଥିଲେ | ସେ କହିଥିଲେ, “ମୁଁ ଯେମିତି ସେମିତି ହିଁ ରହିବି | ମୁଁ ପ୍ରାୟ ସବୁବେଳେ ଏମିତି ଟାଇଟ ଏବଂ ଲୋ-କଟ ଡ୍ରେସ ହିଁ ପିନ୍ଧେ | କିଏ କିଛି କହିଲେ କି ନକହିଲେ ମୁଁ ନିଜକୁ ବଦଳାଇବି ନାହିଁ | ମୁଁ ଯାହା ପିନ୍ଧୁଛି ତାହା ହିଁ ପିନ୍ଧିବି |”


ଏହାଛଡା ଯେଉଁମାନେ ଏନାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ, ସେମାନଙ୍କ ବିରୋଧରେ ଏନା ମାମଲା ରୁଜ୍ଜୁ କରିବେ ବୋଲି କହିଛନ୍ତି | ଜାନୁଆରୀ ମାସରେ ୪୩ ବର୍ଷ ବୟସ୍କା ଏନା ପାଉଲା ବ୍ରାଜିଲର ସାଂସଦ ଭାବେ ମନୋନୀତ ହୋଇଥିଲେ |

   Related Posts