ବ୍ରାଜିଲର ବଡ଼ ନିଷ୍ପତ୍ତି : ମହିଳା ଓ ପୁରୁଷ ଫୁଟବଲ ଟିମ୍‌କୁ ମିଳିବ ସମାନ ଦରମା

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୦୩/୦୯: ବ୍ରାଜିଲ ଫୁଟବଲ୍ ଫେଡେରେସନ୍‌ ଏବେ ନିଜ ମହିଳା ଖେଳାଳିଙ୍କୁ ପୁରୁଷ ଖେଳାଳିଙ୍କ ଭଳି ଦରମା ଦେବ। ଏଣିକି ମହିଳା ଖେଳାଳି ଓ ପୁରୁଷ ଖେଳାଳିଙ୍କ ବେତନ ସମାନ । ଫେଡେରେସନ୍ ଅଧ୍ୟକ୍ଷ ରୋଜିରିଓ କହିଛନ୍ତି, ଏବେ ପୁରସ୍କାର ରାଶି, ଭତ୍ତା ସମାନ ହୋଇଯିବା ଫଳରେ ମହିଳା ଖେଳାଳି ଅଧିକ ରୋଜଗାର କରିପାରିବେ । ଏହାର ଅର୍ଥ ଫୁଟବଲ ସୁପରଷ୍ଟାର ନେମାର ଓ ଜଣେ ଅନାମଧେୟ ମହିଳା ଖେଳାଳିଙ୍କ ମଧ୍ୟରେ କୗଣସି ପାର୍ଥକ୍ୟ ରହିବ ନାହିଁ ।
ବ୍ରାଜିଲ ପୂର୍ବରୁ ଅଷ୍ଟେ୍ରଲିଆ, ନରଓ୍ବେ, ନ୍ୟୁଜିଲାଣ୍ଡ ଭଳି ଦେଶରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି ।

ବର୍ତ୍ତମାନର ବିଶ୍ବ ଚାମ୍ପିୟନ ଆମେରିକା ମହିଳା ଫୁଟବଲ ଟିମ୍ ବେତନ ଓ ଭତ୍ତାରେ ଭେଦଭାବ ଅଭିଯୋଗ କରି ମାର୍ଚ୍ଚ ୨୦୧୯ରେ ଫେଡ୍ରେସନ୍ ବିରୋଧରେ ମାମଲା ଦାୟର କରିଥିଲା । ଚଳିତବର୍ଷ ମେ ମାସରେ କୋର୍ଟ ଏହି ମାମଲାକୁ ଖାରଜ କରି ଦେଇଥିବା ସୂଚନା ମିଳିଛି। ତେବେ ବ୍ରାଜିଲ ଲାଗୁ କରିଥିବା ଏହି ବ୍ୟବସ୍ଥା ଆଗାମୀ ଟୋକିଓ ଅଲମ୍ପିକରେ ଲାଗୁ ହେବା ସହ ଅନ୍ୟ ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟରେ ଲାଗୁ କରାଯିବ । ବ୍ରାଜିଲ ପୁରୁଷ ଫୁଟବଲ ଟିମ୍ ବିଶ୍ବରେ ସଫଳତା ହାସଲ କରିଛି । ୫ ଥର ବିଶ୍ବକପ୍ ଜିଣିଛି ଏହି ଟିମ୍ । ଅନ୍ୟପଟେ ମହିଳା ଟିମ୍ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଲଗାତାର ତିନି ଥର ବିଶ୍ବକପ୍ ଫାଇନାଲରେ ପହଞ୍ଚିଥିଲା ବ୍ରାଜିଲ ମହିଳା ଫୁଟବଲ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.