ବ୍ରାଜିଲରେ ଅଟକିଲା ଚୀନ୍ ପ୍ରସ୍ତୁତ Covid ଟିକା ସିନୋଭେକ୍‌ର କ୍ଲିନିକାଲ ଟ୍ରାୟଲ

Published By : Prameya-News7 Bureau | November 11, 2020 IST

ସାଓପାଓଲୋ: ବ୍ରାଜିଲ ସ୍ୱାସ୍ଥ୍ୟ ନିୟାମକ ଦେଶରେ ହେବାକୁ ଯାଉଥିବା ଚୀନ୍‌ ପ୍ରସ୍ତୁତ କୋଭିଡ ଟିକାର  କ୍ଲିନିକାଲ ଟ୍ରାୟଲକୁ ରୋକି ଦେଇଛନ୍ତି। ଏହି ସୂଚନା ବ୍ରାଜିଲ ସ୍ୱାସ୍ଥ୍ୟ ନିୟାମକଙ୍କ ୱେବ୍‌ସାଇଟ୍‌ ଏନଭିଜାରେ ଦିଆଯାଇଛି। ଏହି ସୂଚନା ମିଳିବା ପରେ ବ୍ରାଜିଲରେ ଟିକା ଉତ୍ପାଦନ କରିବାକୁ ଯାଉଥିବା ପକ୍ଷଙ୍କୁ ଏବେ ଦେଶରେ ଟିକା ଉତ୍ପାଦନ କରିବେ କି ନା ସେ ନେଇ ଶଂସୟରେ ପକାଇ ଦେଇଛି।

କୋଭିଡ-୧୯ ନିରାକରଣ ଲାଗି ଏହି ଟିକାକୁ ଚୀନ ଫର୍ମାସ୍ୟୁଟିକାଲ କମ୍ପାନୀ ସିନୋଭେକ୍‌ ବିକଶିତ କରିଛନ୍ତି। ବ୍ରାଜିଲେ ଟିକାକୁ ସାଓପାଓଲୋସ୍ଥିତ ସରକାରୀ ସଂସ୍ଥା ବୁଟାନଟେନ୍‌ ଇନିଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥାନ୍ତେ। ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିବା ସାଓପାଓଲୋ ଆଞ୍ଚଳିକ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ ତାଙ୍କୁ ଏହି ସୂଚନା ଏନଭିଜାରୁ ନୁହେଁ ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ଉଲ୍ଲେଖ କରିଛନ୍ତି। ଯାହା ସାଧାରଣ ଭାବେ ହେବା କଥା ନୁହେଁ ।

ସେପଟେ ଏନଭିଜାଙ୍କ ନିଷ୍ପତ୍ତି ବୁଟାନଟେନ୍‌ ଙ୍କୁ ସ୍ତବ୍ଦ କରିଦେଇଛି। ଚୀନ କରୋନା ଟିକାକୁ ନେଇ ବ୍ରାଜିଲରେ ପ୍ରଥମରୁ ବିବାଦ ଲାଗି ରହିଛି। ଏପରିକି ଟିକାର ବିଶ୍ୱସନୀୟତା ପ୍ରତି ରାଷ୍ଟ୍ରପତି ଜେୟର ବୋଲସୋନାରୋ ନିଜେ ମଧ୍ୟ ସନ୍ଦେହରେ ଅଛନ୍ତି। ଏଥିରେ ସାଓପାଓଲୋ ୪୦ କୋଟି ଟିକା ପ୍ରସ୍ତୁତି ନିମନ୍ତେ ଔଷଧ ଚୀନରୁ ମଗାଇ ସାରିଥିବା ବେଳେ ଦେଶରେ ଏହାର କ୍ଲିନିକାଲ ଟ୍ରାୟଲକୁ ରୋକାଯିବା ଏବେ ଟିକାକୁ ନେଇ ଦେଶରେ ସନ୍ଦେହସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.