Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭଙ୍ଗା ହାତର ଯନ୍ତ୍ରଣା ଭୁଲି ଦୁର୍ବୃତ୍ତଙ୍କୁ ମଜା ଚଖାଇଲେ ଯୁବତୀ : କାର୍ ଭିତରକୁ ଘୋଷାଡ଼ି ନେଇଥିଲେ ୩ଯୁବକ

27/12/2019 at 10:48 AM

ଆଗ୍ରା ୨୭/୧୨: ଆଗ୍ରାର ଜଗଦୀଶପୁରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଘର ପାଖରେ ୩ଜଣ ଯୁବକ କାରକୁ ଘୋଷାଡ଼ି ନେଇଯିବାକୁ ଉଦ୍ୟମ କରିଥିଲେ। ଏହା ପରେ ଯୁବତୀ ଯୁବକଙ୍କୁ ପ୍ରତିବାଦ କରିବାକୁ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଦେଇଥିଲେ। ଚିତ୍କାର ମଧ୍ୟ କରିଥିଲେ। ଏହା ଦେଖି ତା’ର ସାଙ୍ଗମାନେ ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ।

ଚିତ୍କାର ଶୁଣି ଆଖପାଖର ଲୋକେ ସେଠାରେ ପହଞ୍ଚିଯାଇଥିଲେ। ଫଳରେ କାରରେ ଥିବା ୨ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ଜଣେ ଧରାପଡ଼ିଯାଇଥିଲା। ଲୋକଙ୍କ ସହାୟତାରେ ଅଭିଯୁକ୍ତକୁ ଯୁବତୀ ପୋଲିସ୍ ହେପାଜତରେ ଦେଇଥିଲେ। ଏହି ମାମଲାରେ ୩ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ ଜଗଦୀଶପୁରା ଅଞ୍ଚଳରେ ରହୁଥିବା ଯୁବତୀ ବୋଦଲାରେ ଏକ କମ୍ପାନୀର ଅଫିସରେ କାମ କରନ୍ତି। ଗତ ବୁଧବାର ସନ୍ଧ୍ୟାରେ ସେ ଚାଲିଚାଲି ଘରକୁ ଯାଉଥିଲେ। ରାସ୍ତାରେ କାରରେ ବସିଥିବା ୩ଜଣ ଯୁବକ ତାଙ୍କୁ ରୋକିଥିଲେ ଏବଂ ଜଣେ ଯୁବକ ଯୁବତୀଙ୍କ ହାତ ଧରି କାରରେ ଟାଣିବାକୁ ଉଦ୍ୟମ କରିଥିଲା।

ଯୁବତୀ ପ୍ରତିବାଦ କରିବାରୁ ତାଙ୍କୁ ଗାଳି ଗୁଲଜ ଏବଂ ଅଶ୍ଳୀଳ ଆଚରଣ କରିଥିଲେ। ଯୁବତୀଙ୍କ ଗୋଟିଏ ହାତରେ ପ୍ଲାଷ୍ଟର ହୋଇଥିଲା। ଏହା ସତ୍ବେ ଯୁବତୀ ଅନ୍ୟ ଏକ ହାତରେ ଯୁବକଙ୍କ ଗାଲକୁ ଚାପୁଡ଼ା ମାରିବା ଆରମ୍ଭ କରିଦେଇଥିଲେ ଏବଂ ଚିତ୍କାର କରିଥିଲେ।

ଏହା ପରେ ଯୁବକର ସାଙ୍ଗମାନେ ଆସି ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ତଥାପି ଯୁବତୀ ତାକୁ ଛାଡ଼ିନଥିଲା। ଚିତ୍କାର ଶୁଣି ଆଖପାଖର ଲୋକେ ସେଠାରେ ପହଞ୍ଚିଯାଇଥିଲେ। ଏହା ପରେ ଯୁବକର ଅନ୍ୟ ଦୁଇ ସାଥୀ କାରରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। ଯୁବତୀ ଲୋକଙ୍କ ସହାୟତାରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ। ଖବର ପାଇ ପୋଲିସ୍ ଆସି ଅଭିଯୁକ୍ତକୁ ଗିରଫ କରିଛି।

ପୀଡ଼ିତା ଯୁବତୀଙ୍କ ଅଭିଯୋଗରେ ଗାଳିଗୁଲଜ,ଅସଦାଚରଣ ଏବଂ ଜବରଦସ୍ତି ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ବିଜୟ ବିହାର କଲୋନୀ ବାସିନ୍ଦା ଛୋଟୁ ଓରଫ ନରେନ୍ଦ୍ର। ଅଭିଯୁକ୍ତର ସାଥୀ ରାମଜିତ ନଗର ବାସିନ୍ଦା କହ୍ନୈୟା ଏବଂ ସୋନୁ ଧାକଡ଼। ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି।

 ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କ ମାଆ ଯାହା ଯେମିତି କରି ଗୁଜୁରାଣ ମେଣ୍ଟାଇଛନ୍ତି। ଯୁବତୀ ମଧ୍ୟ ଚାକିରୀ କରୁଛନ୍ତି। ଯୁବତୀ ସାହସ ଦେଖାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି। ଫେରାର ହୋଇଯାଇଥିବା ଅଭିଯୁକ୍ତ ଯୁବତୀଙ୍କୁ ଡରାଉଛନ୍ତି।

ଯୁବତୀଙ୍କ ହ୍ବାଟସଆପ୍ ନମ୍ବରରେ ମଧ୍ୟ ମ୍ୟାସେଜ ପଠାଇଛନ୍ତି। ଏଥିରେ ଦେଖି ନେବାକୁ ଧମକ ଦେଇଛନ୍ତି। ସେଥିପାଇଁ ଯୁବତୀ ଏବଂ ତାଙ୍କ ମାଆ ଭୟଭୀତ ଅଛନ୍ତି। ସେମାନେ ପୋଲିସ୍ ନିକଟରେ ସୁରକ୍ଷା ପାଇଁ ଦାବି କରିଛନ୍ତି। ଗତକାଲି ଏସଏସପି ଅଫିସରେ ଦାବିପତ୍ର ଦେଇଛନ୍ତି।

   Related Posts