୧୩ ଛକା ଲଗାଇ ଫେରିଥିଲେ ଏହି ବ୍ୟାଟସମ୍ୟାନ, ଗାଙ୍ଗୁଲି କରିଥିଲେ ପ୍ରଂଶସା, ଶାହରୁଖ କହିଥିଲେ ଏମିତି

Published By : Prameya-News7 Bureau | April 18, 2020 IST

କୋଲକାତା, ୧୮|୦୪:  ୧୨ ବର୍ଷ ପୂର୍ବରୁ ଆଜିର ଦିନରେ ଆଇପିଏଲ ଆରମ୍ଭ ହୋଇଥିଲା । ଏହି ଲୋକପ୍ରିୟ ଟି୨୦ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ବ୍ରାଣ୍ଡନ୍ ମ୍ୟାକକୁଲମ ଷ୍ଟାଡିୟମରେ ଧମାକା କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମୁକାବିଲାରେ ମ୍ୟାକକୁଲମ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳି ୭୩ ବଲରୁ ଅପରାଜିତ ୧୫୮ ରନ କରିଥିଲେ । ଏହି ଇନିଂସରେ ସେ ୧୩ଟି ଛକା ଓ ୧୦ଟି ଚୌକା ଲଗାଇଥିଲେ । ଏହି ମୁକାବିଲାରେ କୋଲକାତା ୧୪୦ ରନରେ ଜିତିଥିଲା ।

ଏହି ମ୍ୟାଚର ଅନୁଭୂତିକୁ ମନେପକାଇ ମ୍ୟାକକୁଲମ କହିଛନ୍ତି ଯେ, ଗାଙ୍ଗୁଲି ତାଙ୍କୁ ଏକ କଥା କହିଥିଲେ । ଏହି ଇନିଂସ ଜୀବନରେ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ସେତେବେଳେ ଏହି କଥାର ବାସ୍ତବତା ବୁଝି ହୋଇନଥିଲା । କିନ୍ତୁ ଏହି କଥାକୁ ସେ ପରେ ଶତ ପ୍ରତିଶତ ସହମତି ପ୍ରକାଶ କରିଥିଲେ । ଦଳର ମାଲିକ ଶାହରୁଖ ଖାନ ମଧ୍ୟ ସର୍ବଦା ଦଳ ସହ ରହିବ ବୋଲି କହିଥିଲେ ।

{"id":256087,"width":754,"height":502,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ସେ ନର୍ଭସ୍ ଥିଲେ । ଟୁର୍ଣ୍ଣାମେଣ୍ଟ କିପରି କଣ ରହିବ ତାକୁ ନେଇ ସେ ଚିନ୍ତିତ ଥିଲେ ।ପରେ ପ୍ରଶଂସକଙ୍କ ଉତ୍ସାହ ଦେଖି ଭଲ ଲାଗିଲା ।

ଏବେ ମ୍ୟାକକୁଲମ କେକେଆରର ହେଚ୍ କୋଚ୍ ରହିଛନ୍ତି । ଗୋଟିଏ ସମୟରେ ତାଙ୍କୁ କେକେଆର ବାହାର କରିଦେଇଥିଲା । ଯେତେବେଳେ ତାଙ୍କୁ ପୁଣି କୋଚ୍ ଭାବେ ସ୍ଥାନ ମିଳିଲା ସେ ଶାହରୁଖଙ୍କ କଥାକୁ ଭାବିଥିଲେ । ୩୮ ବର୍ଷୀୟ ମ୍ୟାକକୁଲମ ନ୍ୟୁଜିଲାଣ୍ଡ ପାଇଁ ୧୦୧ ଟେଷ୍ଟ ଓ ୨୬୦ଟି ଦିନିକିଆ ଖେଳିଛନ୍ତି । ଏହାସହ ସେ ୭୧ଟି ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.