Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମାତ୍ର ୩ ଦିନ ପୂର୍ବରୁ କିଣିଥିଲେ, ଗ୍ୟାସ ଭରୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ୨.୬୬ କୋଟି ଟଙ୍କାର କାର…

29/04/2021 at 5:09 PM

ପେନସିଲଭାନିଆ ୨୯/୦୪ : ମାତ୍ର କେଇ ଘଣ୍ଟା ହେଲା କିଣିଥିଲେ ବିଳାସପୂର୍ଣ୍ଣ କାର । କିନ୍ତୁ ଖୁସି ବେଶି ସମୟ ରହିନଥିଲା । ଗ୍ୟାସ୍‌ ଷ୍ଟେସନରେ ଗ୍ୟାସ ଭରୁଥିବା ବେଳେ ହଠାତ୍‌ ଲାଗିଗଲା ନିଆଁ । ଚାହୁଁ ଚାହୁଁ ଜଳିକି ପାଉଁଶ ହୋଇଗଲା ପ୍ରାୟ ୨.୬୬ କୋଟି ଟଙ୍କାର କାର । ଆମେରିକାର ପେନସିଲଭାନିଆ ସହରର ଘଟଣା ।

May be an image of outdoors and text that says '10 Was'

ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କାରଟି ଫୁଏଲ୍‌ ଷ୍ଟେସନ୍‌ରେ ଥିବା ବେ​‌ଳେ ଏଭଳି ଘଟଣା ଘଟିଛି । The McLaren 765LT ବିଳାସପୂର୍ଣ୍ଣ କାରଟି ଫୁଏଲ ଷ୍ଟେସନ୍‌ରେ ଗ୍ୟାସ୍‌ ଭରୁଥିବା ବେଳେ ନିଆଁଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।

May be an image of one or more people, people walking, people standing and outdoors

କାର ମାଲିକ ମାତ୍ର ୩ ଦିନ ପୂର୍ବରୁ ସେହି କାରଟିକୁ କିଣିଥିଲେ ଏବଂ ମାତ୍ର ୧୬୦ କିଲୋମିଟର ଚାଲିଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ୨.୬୬କୋଟି ଟଙ୍କାର କାରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣ ପାଇଁ କାରରେ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି ।

May be an image of fire and outdoors
May be an image of outdoors
May be an image of outdoors

   Related Posts