Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚାନ୍ଦିପୁରରେ ସୁପରସୋନିକ୍ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ୨ଟି ବ୍ୟବହାରିକ ପରୀକ୍ଷଣ ସଫଳ

17/12/2019 at 9:42 PM

ବାଲେଶ୍ୱର ୧୭।୧୨- ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟବହାରିକ ପରୀକ୍ଷଣ ସଫଳ । ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ସକାଳ ୮ଟା ୩୦ରେ ପରୀକ୍ଷଣ କରାଯାଇଛି । ସେହପରି ଦିନ ବେଳେ ଆକାଶ ମାର୍ଗରୁ ଏହା ସଫଳ ପରୀକ୍ଷଣ କରାଯାଇଛି ।

ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୫୦ କି.ମି.। ଏହା ଅଢେଇ ହଜାରରୁ ୩ହଜାର କେଜି ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବା କ୍ଷମତା ରଖିଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର .୬ ମିଟର।

ବୁଡ଼ାଜାହାଜ, ଜାହାଜ, ଯୁଦ୍ଧ ବିମାନ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷ ଉପରେ ଏହାକୁ ନିକ୍ଷେପ କରାଯାଇପାରିବ। ଗତ ୨୦୦୬ ନଭେମ୍ବର ୨୨ ତାରିଖରେ ଏହାର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା। ପରେ ଏହାକୁ ଭାରତୀୟ ସେନାବାହିନୀରେ ସାମିଲ୍ କରାଯାଇଥିଲା। ପରୀକ୍ଷଣ ସମୟରେ ସେନା ଓ ଡିଆରଡିଓ ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

   Related Posts