ଦୁର୍ନୀତିର ତଦନ୍ତ ସମୟରେ କୁଳପତି ଛୁଟିରେ ଯିବାକୁ ଦାବି ବ୍ରହ୍ମହପୁର

Published By : Prameya-News7 Bureau | August 10, 2018 IST

ବ୍ରହ୍ମହପୁର ୧୦/୮ :- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୁର୍ନୀତିର ତଦନ୍ତ ସମୟରେ କୁଳପତି ଛୁଟିରେ ଯିବାକୁ ଛାତ୍ର ନେତାଙ୍କ ଦାବି । ଗତକାଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ନିର୍ଦ୍ଦେଶ ପରେ ଛାତ୍ରନେତାମାନେ ଏହାକୁ ସ୍ବାଗତ କରିଛନ୍ତି । ତଦନ୍ତ ସମୟରେ କୁଳପତି ଉପସ୍ଥିତ ରହିଲେ ତଦନ୍ତରେ ବ୍ୟାହତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.