Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସୁଦର୍ଶନଙ୍କ ଛାତରେ ଫୁଟିଲା ଚାରୋଟି ବ୍ରହ୍ମକମଳ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କଲେ ଅର୍ପଣ

4/06/2021 at 11:49 AM

କୋଣାର୍କ,୦୪/୦୬:   ପୁରୀଜିଲ୍ଲା ଗୋପ କୁସୁପୁର ସୁଦର୍ଶନ ପରମାଣିକଙ୍କ ଘରେ ଚାରୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଖବର ଶୁଣିବା ପରେ ସୁଦର୍ଶନଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l

ସୂଚନା ଅନୁସାରେ, ଦୀର୍ଘଦିନ ହେବ ସୁଦର୍ଶନ ତାଙ୍କ ଛାତ ଉପରେ ଏକ ବ୍ରହ୍ମକମଲ ଫୁଲ ଗଛ ଲଗାଇଥିଲେ । କିନ୍ତୁ ମନରେ ଆଶା ଥିଲା ଏ ଗଛରେ ଯେବେବି ଫୁଲ ଫୁଟିବ ସେ ମହାପ୍ରଭୁ ଜଗନାଥଙ୍କୁ ଅର୍ପଣ କରିବେ । ହଠାତ ସନ୍ଧ୍ୟାରେ ଛାତ ଉପରକୁ ଗଲାବେଳେ ଦେଖିଲେ ଚାରୋଟି ଫୁଲ ଫୁଟିଛି । ସାଙ୍ଗେ ସାଙ୍ଗେ ସେ ଖୁସିରେ ଭାବ ବିଭୋର ହୋଇ ପଡିଥିଲେ । ପରିବାର ଲୋକେ ଧୂପ ଦୀପ ଦେଇ ଗଛଟିକୁ ପୂଜା ମଧ୍ୟ କରିଥିଲେ ।

ଆମେ ଭାଗ୍ୟବାନ କାରଣ ଜଗନାଥଙ୍କ ପ୍ରିୟ ପୁଷ୍ପ ବ୍ରହ୍ମକମଳ ଫୁଲ ଆମ ଛାତ ଉପରେ ଫୁଟିଛି ବୋଲି ସୁଦର୍ଶନ କହିଛନ୍ତି l ଏପଟେ ବ୍ରହ୍ମକମଳ ଫୁଲ ଜଗନାଥଙ୍କୁ ପ୍ରିୟ ଫୁଲ ଯାହା ରାତିରେ ଫୁଟି ରାତିରେ ଝଡି ଯାଏ। ମହାପ୍ରଭୁ ପ୍ରତ୍ୟକ ଦିନ ଶୟନକୁ ଯିବା ବେଳେ ତାଙ୍କୁ ବଡସିଂହlର ବେଶ କରାଯାଏ । ଏହାପରେ ରାତିରେ ମହାପଭୁଙ୍କ ପ୍ରିୟ ଫୁଲ ବ୍ରହ୍ମକମଳ ପୁଲ ଅର୍ପଣ କରଯାଇଥାଏ ବୋଲି କିମ୍ବଦନ୍ତୀ ରହିଅଛି । ଫୁଲଟି ମହାପ୍ରଭୁଙ୍କ ବ୍ରହ୍ମରେ ଲାଗୁଥିବାରୁ ଏହାକୁ ବ୍ରହ୍ମ କମଳ ନାମରେ ନାମିତ କରାଯାଇଛି । ଏପଟେ  ସୁଦର୍ଶନ ରାତିରେ ଫୁଲକୁ ନେଇ  ଶ୍ରୀମନ୍ଦିରରେ ସମର୍ପଣ କରିଥିବାରୁ ବେଶ ଖୁସି ଅଛନ୍ତି ।

   Related Posts