ବିରଳ ଚିତ୍ର : ଏକାବେଳେ ଜଣଙ୍କ ବାଡିରେ ଫୁଟିଲା ୧୭ ବ୍ରହ୍ମକମଳ
28/07/2020 at 7:05 PM

ଭଦ୍ରକ, ୨୮|୦୭: କଥାରେ ଅଛି ଯଦି ଭଗବାନ ବ୍ରହ୍ମାଙ୍କ ଦର୍ଶନ ହୋଇ ନାହିଁ ତେବେ ବ୍ରହ୍ମକମଳ ଦର୍ଶନ କରନ୍ତୁ । ଏହି ଦୁର୍ଲଭ ପୁଷ୍ପ ବ୍ରହ୍ମକମଳର ଦର୍ଶନ ମାତ୍ରେ ମଣିଷର ସମସ୍ତ ମନୋକାମାନ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁହାଯାଏ ଏହ ଦୁର୍ଲଭ ପୁଷ୍ପ ବ୍ରହ୍ମକମଳରେ ବାସ କରନ୍ତି ସ୍ବୟଂ ବ୍ରହ୍ମା । ତେଣୁ ଏହି ପୁଷ୍ପର ରହିଛି ସ୍ବତନ୍ତ୍ର ପରିଚୟ ।
ସାଧାରଣତଃ ଏହି ଫୁଲ କୌଣସି ବାଡ଼ି ବଗିଚାରେ ଦେଖିବାକୁ ମିଳି ନଥାଏ । ତେବେ ଗୋଟେ କି ୨ଟା ନୁହଁ ଏକାଥରକେ ୧୭ଟି ବ୍ରହ୍ମକମଳ ଫୁଲ ଜଣଙ୍କ ଘରେ ଫୁଟିଥିବା ଦେଖିବାକୁ ମିଳିଛି । ଭଦ୍ରକ ସହର ଜଗନ୍ନାଥପୁରବାସୀ ପ୍ରଫୁଲ୍ଲ ଲେଙ୍କାଙ୍କ ଘରେ ଏକାଥରେ ୧୭ଟି ବ୍ରହ୍ମକମଳ ଫୁଲ ଫୁଟିଛି । ପ୍ରଫୁଲ୍ଲ ତାଙ୍କ ଘରେ କୁଣ୍ଡରେ ଲଗାଇଥିବା ତିନୋଟି ଗଛରେ ଏହି ୧୭ଟି ଦୁର୍ଲଭ ଫୁଲ ବ୍ରହ୍ମକମଳ ଫୁଟିଛି । ୩ ବର୍ଷ ତଳେ ପ୍ରଫୁଲ୍ଲ ଲେଙ୍କା ଏହି ୩ଟି ଗଛ ଲଗାଇ ଥିଲେ ହେଲେ ପ୍ରଥମଥର ଏତେ ସଂଖ୍ୟାରେ ଫୁଲ ଫୁଟିଛି । ତେବେ ଏହା କେବଳ ଭଗବାନଙ୍କ ଆଶୀର୍ବାଦ ବୋଲି କହିବା ସହ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ପ୍ରଫୁଲ୍ଲ ଲେଙ୍କା ।
ଫୁଟିଥିବା ଫୁଲ ମନ୍ଦିରକୁ ଦେବା ସହ ନିଜ ଘରେ ଜଗନ୍ନାଥଙ୍କ ପାଖରେ ଲଗାଇଛନ୍ତି | ବହୁ ପ୍ରତିକ୍ଷା ପରେ ଆଜି ସତରେ ମୋ ମନ ବହୁତ ଖୁସି ବୋଲି କହିଛନ୍ତି ପ୍ରଫୁଲ୍ଲ । ତେବେ ଏହି ଦୁର୍ଲଭ ଫୁଲ ବ୍ରହ୍ମକମଳର ବିଶେଷତ୍ୱ ହେଉଛି ଏହା ରାତିରେ ଫୁଚିଥାଏ ଆଉ ସକାଳ ହେଉ ହେଉ ଝାଉଁଳି ଯାଇଥାଏ । ବ୍ରହ୍ମକମଳ ଫୁଲ ଗଛର ପତ୍ରରୁ ହିଁ ଫୁଟିଥାଏ ଯାହା ପାଇଁ ଅନ୍ୟସମସ୍ତ ଫୁଲ ଠାରୁ ଏହା ସ୍ବତନ୍ତ୍ର ।