Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କ୍ୱାରେଣ୍ଟାଇନରେ ବ୍ରହ୍ମଗିରି ଥାନା ଆଇଆଇସିଙ୍କ ସମେତ ୧୫ ପୋଲିସ କର୍ମଚାରୀ

13/06/2020 at 8:29 PM

ବ୍ରହ୍ମଗିରି, ୧୩|୦୬:   ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କ୍ୱାରେଣ୍ଟାଇନରେ । ଏହି ଥାନାର ଆଇଆଇସିଙ୍କ ସମେତ ୧୫ଜଣ ପୋଲିସ କର୍ମଚାରୀ  କ୍ୱାରେଣ୍ଟାଇନରେ ରହିବେ । ପୋଲିସ କର୍ମଚାରୀମାନେ ଜଣେ କରୋନା ପଜିଟିଭ୍ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଏବେ ସମସ୍ତଙ୍କୁ  କ୍ୱାରେଣ୍ଟାଇନରେ ପଠାଯାଇଛି ।

ସୂଚନାନୁସାରେ, ଗତ ୯ ତାରିଖରେ ବ୍ରହ୍ନଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।୧୧ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା ।

ଅଭିଯୁକ୍ତଙ୍କ ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ୍ ଆସିଛି । ରିପୋର୍ଟ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୧୩ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କୁହାଯାଇଛି ।

   Related Posts