ଖୁସି ଖବର: କରୋନା ଗତିରେ ଲାଗିଲା ବ୍ରେକ୍, ମୁମ୍ବାଇରେ ନୂଆ କେସ୍‌ ୩୫ ପ୍ରତିଶତ ହ୍ରାସ

Published By : Prameya-News7 Bureau | April 16, 2020 IST

ମୁମ୍ବାଇ ୧୬|୦୪:   ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଛି । ଦେଶରେ କରୋନା ଭାଇରସର ଆସୁଥିବା  ପ୍ରତି ୨ଟି ମାମଲା ମଧ୍ୟରୁ ଗୋଟିଏ ମହାରାଷ୍ଟ୍ରର ରହୁଛି । ଏଠାର ସଂକ୍ରମିତଙ୍କ ସଂଖ୍ୟା ୨୯୧୬ ହୋଇଯାଇଛି । ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବୁଧବାର ମୁମ୍ବାଇରେ କରୋନା ସଂକ୍ରମିତ ନୂଆ ମାମଲାରେ ୩୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଯାହା ଏକ ଭଲ ଖବର ।

୨୪ ଘଣ୍ଟାରେ ମୁମ୍ବାଇରେ ୪୦ଟି ନୂଆ ମାମଲା ଆସିଛି । ଏହାସହ ୨ ଜଣ ପ୍ରାଣ ହରାଇଛନ୍ତି । ଏହା ଗତ ୧୧ ଦିନରେ ମୁମ୍ବାଇରେ ସବୁଠାରୁ କମ ମାମଲା । ଦିଲ୍ଲୀରେ ବୁଧବାର କରୋନାର ମାତ୍ର ୧୭ଟି ନୂଆ ମାମଲା ଆସିଛି । ଯାହା ଏପ୍ରିଲ ମାସରେ ସବୁଠାରୁ କମ । କେରଳର ମଧ୍ୟ କରୋନା ସଂକ୍ରମଣର କେବଳ ଗୋଟିଏ ମାମଲା ସାମ୍ନାକୁ ଆସିଛି ।

{"id":255055,"width":745,"height":509,"sizeSlug":"large"}

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟାନୁସାରେ, ଦେଶରେ କରୋନା ଭାଇରସର ଏବେସୁଦ୍ଧା ୧୨,୩୮୦ଟି ମାମଲା ଆସିଛି । ୧୪୮୯ଜଣ ସୁସ୍ଥ ହୋଇଛନ୍ତି । ୪୧୪ଜଣ ପ୍ରାଣ ହରାଇଛନ୍ତି । ବୁଧବାର ଦେଶରେ ୮୬୬ଜଣ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ତୁଳନାରେ ଏହା ୨୫ ପ୍ରତିଶତ କମ । ମହାରାଷ୍ଟ୍ରରେ ବୁଧବାର ନୂଆ କୋଭିଡ-୧୯ ମାମଲାରେ ୩୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ୨୩୨ଟି ନୂଆ ମାମଲା ଆସିଛି । ଯାହା ଗତ ୬ ଦିନରେ ସର୍ବନିମ୍ନ ।

ମୁମ୍ବାଇରେ କମ ମାମଲା ଆସିବା ପରେ ଶିବସେନା ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଗତ ଦିନ ତୁଳନାରେ ୩୪ ପ୍ରତିଶତ ଓ ମୁମ୍ବାଇରେ ୩୫ ପ୍ରତିଶତ କମ ମାମଲା ଆସିଛି । ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.