ଏକାଧିକ ବ୍ୟକ୍ତିଙ୍କୁ ଛୁରି ଭୁଷି ଖଣ୍ଡିଆ ଖାବରା କରିଥିଲା ଅଭିଯୁକ୍ତ: ଏବେ ପୋଲିସ୍ କବଜାରେ

Published By : Prameya-News7 Bureau | August 03, 2020 IST

ବ୍ରଜରାଜନଗର୩/୮: ଛୁରି ଭୁଷି ଫେରାର ଥିବା ଅପରାଧୀକୁ ଗିରଫ କରିଛି ପୋଲିସ୍। ଛୁରି ଭୁଷା ସହ ଏହି ବ୍ୟକ୍ତି ଦାଦାବଟି ଆଦାୟ କରୁଥିଲା। ପୁଣି ଜଣେ ନୁହେଁ କି ୨ ଜଣ ନୁହେଁ ଏକାଧିକ ଲୋକଙ୍କୁ ଛୁରି ଭୁଷି ଏହି ଅପରାଧୀ ପୋଲିସ୍ ଚକମା ଦେଖାଇ ଘୂରି ବୁଲୁଥିଲା। ରାଧେଶ୍ୟାମ ନାମଦେଓ ନାମକ ଏହି ଅଭିଯୁକ୍ତକୁ ବ୍ରଜରାଜନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ରାଧେଶ୍ୟାମ ନାଁରେ ବ୍ରଜରାଜନଗର ଏବଂ ଓରିଏଣ୍ଟ ଥାନାରେ ୨୭ଟି ବିଭିନ୍ନ ଅପରାଧିକ ମାମଲା କୋର୍ଟରେ ବିଚାରାଧୀନ ଥିଲା ବେଳେ ୪ଟି ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।ଏହି ୱାରେଣ୍ଟ ବଳରେ ବ୍ରଜରାଜନଗର ପୋଲିସ ରାଧେଶ୍ୟାମକୁ ଛତିଶଗଡ଼ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ରାଧେଶ୍ୟାମ ୨୦୧୮ ମସିହା ମାର୍ଚ୍ଚ ୭ ତାରିଖରେ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଛୁରୀ ଭୁଷିଥିବା ବେଳେ ସେହି ବର୍ଷ ନଭେମ୍ବର ୮ ତାରିଖରେ ଶାସ୍ତ୍ରୀନଗରରେ ଜଣଙ୍କୁ ମଧ୍ୟ ଛୁରି ଭୁଷି ଥିଲା। ପୁଣି ଅଗଷ୍ଟ ୧୪ ତାରିଖରେ ଝୁମ୍ପୁଡିପଡ଼ାରେ ୨ ଜଣଙ୍କୁ ଛୁରୀ ଭୁଷି ଗୁରୁତର ଅବସ୍ଥାରେ ଫେରାର ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.