କମ୍ପୁଛି ବ୍ରଜରାଜନଗର: ଆଜି ବିଜେପି ପାଇଁ ପ୍ରଚାର କଲେ ଭୋଜପୁରୀ ହିରୋ ନିରହୁଆ, ଶନିବାର ଆସିବେ କହ୍ନେୟା କୁମାର

Published By : Prameya-News7 Bureau | May 27, 2022 IST

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି | ସେଥିପାଇଁ ସବୁ ଦଳ ସେମାନଙ୍କ ସମସ୍ତ ରଣ କୌଶଳକୁ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି | ବ୍ରଜରାଜନଗରରେ ହିନ୍ଦି ଭାଷାଭାଷୀଙ୍କ ଭୋଟ ହାତେଇବାକୁ ବିଜେପି ପକ୍ଷରୁ ଆଜି ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ବିଜେପି ନେତା ତଥା ଭୋଜପୁରୀ ଆର୍ଟିଷ୍ଟ ନିରହୁହା ଓରଫ ଦିନେଶ ଲାଲ ଯାଦବ | ସେହିପରି ପିଙ୍କି ପ୍ରଧାନ ବି ବିଜେପି ପାଇଁ ପ୍ରଚାର ଚଳାଇଛନ୍ତି । ସେପଟେ ବିଜେଡି ପାଇଁ ଚଳଚିତ୍ର ତାରକା ଅରିନ୍ଦମ,ଆକାଶ ଦାସ ନାୟକ ଓ ମୁନ୍ନା ଖାନ୍ ମୈଦାନରେ ଅଛନ୍ତି | କଂଗ୍ରେସ ମଧ୍ୟ ଦଳର ସମସ୍ତ ନେତାଙ୍କୁ ମୈଦାନରେ ଛାଡିଛି | ଆସନ୍ତାକାଲି କଂଗ୍ରେସ ତରଫରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଯୁବ ନେତା କହ୍ନେୟା କୁମାର।

{"id":635296,"sizeSlug":"full","linkDestination":"none"}

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର । ଲୋକଙ୍କ ପାଖରେ ପହଞ୍ଚିବାକୁ ହାତରେ ମାତ୍ର ଆଉ ୨ ଦିନ । ସେଥିପାଇଁ ଚାଲିଛି ରୋଡ ସୋ ଘରକୁ ଘର ବୁଲି ପ୍ରଚାର । ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଫିଲ୍ମ ତାରକା ପିଙ୍କି ପ୍ରଧାନ।  ଗାଁକୁ ଗାଁ ବୁଲି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରୁଛନ୍ତି ପିଙ୍କି । ସେହିଭଳି ବ୍ରଜରାଜନଗରରେ ହିନ୍ଦୀ ଭାଷାଭାଷୀଙ୍କ ଭୋଟ୍ ହାତେଇବାକୁ ବିଜେପି ଭୋଜପୁରୀ ଅଭିନେତା ନିରହୁହା ଓରଫ ଦିନେଶ ଲାଲ ଯାଦବଙ୍କୁ ବି ପ୍ରଚାର ମଇଦାନକୁ ଓହ୍ଲାଇଛି । ସେ ବି ବିଜେପି ନେତାଙ୍କ ସହ ମିଶି ଜୋରସୋରରେ ପ୍ରଚାର କରୁଛନ୍ତି । ତାଙ୍କ ଦଳର ପ୍ରାର୍ଥୀ  ଉପନିର୍ବାଚନରେ ବାଜିମାତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । 

{"id":635298,"sizeSlug":"full","linkDestination":"none"}

ପ୍ରଚାରରେ ପଛରେ ବି ନାହିଁ ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କଳ, ବଳ, କୌଶଳ ଲଗାଇ ପ୍ରଚାର କରୁଛନ୍ତି ନେତା ଅଭିନେତା ଓ ଦଳୀୟ କର୍ମୀ । ଚଳଚ୍ଚିତ୍ର ତାରକା ଅରିନ୍ଦମ ଦାସ, ଆକାଶ ଦାସ ନାୟକ, ସାଂସଦ ତଥା ଅଭିନେତ ମୁନ୍ନା ଖାନ୍ ଅଳକାଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଏଥିସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁ, ସୁଶାନ୍ତ ସିଂହ, ପ୍ରତାପ ଜେନା, ଟୁକୁନି ସାହୁ ମଧ୍ୟ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ତାଙ୍କ ସହ ବିଧାୟକ ଧ୍ରୁବ ସାହୁ,ଦେବେଶ ଆଚାର୍ଯ୍ୟ, ରିତା ସାହୁ ପ୍ରମୁଖ ମଧ୍ୟ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି ।

{"id":635299,"sizeSlug":"full","linkDestination":"none"}

ସେହିଭଳି କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁର ରାଉତାରାୟ, ତାରା ବାହିନୀପତି ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଜି ଜାନ୍ ଲଗାଇ ଦେଇଛନ୍ତି । କଂଗ୍ରେସକୁ ଅଧିକ ବଳ ଦେବାକୁ ଆଜି ପହଞ୍ଚିଥିଲେ ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର | ବ୍ରଜରାଜନଗର ଠାରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ବି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।  ଆସନ୍ତାକାଲି କଂଗ୍ରେସ ପାଇଁ କହ୍ନେୟା କୁମାର ଓ ବିଜେପି ପାଇଁ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପ୍ରଚାର ସରିବା ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନରେ ସେତିକି ଝାଳ ବୁହାଉଛନ୍ତି ପ୍ରାର୍ଥୀ, ନେତା ଓ କର୍ମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.