Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାମ୍ପରେ କ୍ୟାଟ ୱାକ କଲାବେଳେ ବେହୋସ ହୋଇ ପଡିଯାଇ ମଡେଲଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ

28/04/2019 at 1:46 PM

ସାଓ ପାଓଲୋ ୨୮/୪ : ସାଓ ପାଓଲୋ ଫ୍ୟାସନ ଓ୍ଵିକର ଶେଷ ଦିନ ବହୁତ ଦୁଃଖଦ ଥିଲା | ବ୍ରାଜିଲିଆନ ମଡେଲଙ୍କ ମୃତ୍ୟୁ ଏହି ଦୁଃଖଦ ଘଟଣାର କାରଣ | ଶନିବାର ରାତି ମଡେଲ ରାମ୍ପ ୱାକ କଲାବେଳେ ଜଣେ ମଡେଲ ବେହୋସ ହୋଇଯାଇଥିଲେ | ରାମ୍ପରେ ପଡିବା ପରେ ମଡେଲଙ୍କ ମୃତ୍ୟୁ ହୋଇଥିଲା |


ବ୍ରାଜିଲିଆନ ମଡେଲ ଫ୍ୟାସନ ଓ୍ଵିକର ଅର୍ଗାନାଇଜର କହିଛନ୍ତି ଯେ, ମଡେଲଙ୍କ ତତ୍କାଳ ମୃତ୍ୟୁ ଖବର ମିଳିଛି | ସେ ଓ଼କ୍ସା ଶୋ’ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ | ଅସୁସ୍ଥ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଅର୍ଗାନାଇଜର |


ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ରାମ୍ପରେ କ୍ୟାଟ ୱାକ କଲାବେଳେ ପଛକୁ ଓଲଟିବା ବେଳେ ଅଚାନକ ମଡେଲ ତଳେ ପଡିଯାଇଥିଲେ | ମଡେଲଙ୍କ ବୟସ ୨୬ ବର୍ଷ | ପଡିଯିବା କ୍ଷଣି ମଡେଲଙ୍କୁ ଚିକିତ୍ସା କରାଯାଇଥିଲା | ପଡିଯିବା ପରେ ମଡେଲଙ୍କ ହୋସ ନଥିଲା | ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାକୁ ନେଇ ସାଓ ପାଓଲୋ ଫ୍ୟାସନ ଓ୍ଵିକ ସମବେଦନା ପ୍ରକାଶ କରିଛନ୍ତି |

   Related Posts