Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବିଜେଡି କାର୍ଯ୍ୟାଳୟରେ ପାଟକୁରା ଚିନ୍ତା : ‘ଦଳୀୟ କର୍ମୀଙ୍କ ମଧ୍ୟରେ ଆଦୌ ମନୋମାଳିନ୍ୟ ନାହିଁ, ଏସବୁ ଗଣମାଧ୍ୟମର ମନଗଢା କାହାଣୀ…’

18/08/2019 at 6:08 PM

ଭୁବନେଶ୍ବର୧୮|୮: ବିଜେଡିର ପୁଣି ପାଟକୁରା ଚିନ୍ତା । ଉପନିର୍ବାଚନ ବିପୁଳ ବ୍ୟବଧାନରେ ଜିତିବା ପରେ ଏବେ ପ୍ରତିଶ୍ରୁତି ପାଳନ ବେଳ । ମାତ୍ର, କର୍ମୀଙ୍କ ମଧ୍ୟରେ ତାଳମେଳ ରକ୍ଷା କରି ପାଟକୁରା ବିକାଶର ଗୁରୁ ଦାୟିତ୍ବ ନୂଆ ବିଧାୟିକା କିଭଳି ସମ୍ଭାଳିବେ ସେଥିପାଇଁ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ବପ୍ବର୍ଣ୍ଣ ବୈଠକ । …..

ଏକାଠି ହେଲେ ପାଟକୁରା ନିର୍ବାଚନରେ ଝାଳ ବୁହାଇଥିବା ନେତା।  ଦେଢ଼ଘଣ୍ଟା ଧରି ଚାଲିଲା ବିଚାରବିମର୍ଶ।    ମାଳମାଳ ନେତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାଟକୁରାରେ ବାଜି ମାରିଲେ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ଏବେ ଲୋକଙ୍କ ପାଇଁ କାମ କରିବାର ବେଳ । ଆଲୋଚନା ହେଉଛି, କୁଆଡ଼େ ନୂଆ ବିଧାୟକଙ୍କୁ କିଛିଟା ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ସାବିତ୍ରୀଙ୍କ ଉପସ୍ଥିତିରେ, ପାଟକୁରା ଉପନିର୍ବାଚନ ଦାୟିତ୍ବରେ ଥିବା ସବୁ ବଜେଡି ନେତା ଏବଂ ଦଳୀୟ କର୍ମୀଙ୍କ ଚାଲିଥିଲା ମନ୍ତ୍ରଣା । ବୈଠକ ପରେ ମେସେଜ୍‌ ଆସିଲା ପାଟକୁରାର ବିକାଶ ପାଇଁ ଚାଲିଥିଲା ଆଲୋଚନା। ଦଳୀୟ କର୍ମୀଙ୍କ ମଧ୍ୟରେ ଆଦୌ ମନୋମାଳିନ୍ୟ ନାହିଁ, ଏସବୁ ଗଣମାଧ୍ୟମର ମନଗଢା କାହାଣୀ।

ପ୍ରାୟ ୧୭ ହଜାର ଭୋଟରେ ବିଜୟ ମହାପାତ୍ରଙ୍କୁ ହରାଇ ସାବିତ୍ରୀ ପାଟକୁରାର ବିଧାୟକ ହୋଇଛନ୍ତି । ବେଦପ୍ରକାଶଙ୍କ ବେଳେ ଯେଉଁଅଙ୍କ ଥିଲା ଏବେ କିନ୍ତୁ ବଦଳିଛି। ତେଣୁ ଜିତିବା ପରେ, ସନ୍ତୁଳନ ରକ୍ଷା କରିବାକୁ ବିଜେଡି ନେତାଏ କରୁଛନ୍ତି ଉଦ୍ୟମ । ଆଉ ଏହି ସନ୍ତୁଳନ ସାବିତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଆଜିର ବୈଠକରେ ସବୁ ଦିଗ ଆଲୋଚନା ହୋଇଛି ବୋଲି ବିଧାୟକ କହିଛନ୍ତି ।

ପାଟକୁରା ପୂର୍ବଭଳି  ବିଜେଡି କବଜାରେ । ଫରକ ଏତିକି ପାଟକୁରାରେ ବେଦ୍‌ ପ୍ରକାଶ ଅଗ୍ରୱାଲା ଯେମିତି ବିକାଶର ଧାରାକୁ ନୂଆ ଶିଖରରେ ପହଞ୍ଚାଇଥିଲେ, ସାବିତ୍ରୀ ଏଣ୍ଡ କୋ ଏହାକୁ ପାର୍‌ କରି ନୂଆ ଶୀର୍ଷକୁ ନେଇପାରୁଛନ୍ତି କି ନାହିଁ ତାହା ହିଁ ଦେଖିବାର କଥା।    

   Related Posts