ଭାରତୀୟ ପ୍ରଫେସର ବାହର କଲେ ବ୍ରେନ ମ୍ୟାଲେରିଆ ଚିକିତ୍ସାର ଫର୍ମୁଲା, ୪୧ ବର୍ଷ ପରେ ମିଳିଲା ସଫଳତା

Published By : Prameya-News7 Bureau | December 02, 2019 IST

ଏବେ ବ୍ରେନ ମ୍ୟାଲେରିଆରେ ଆଉ କାହାର ମୃତ୍ୟୁ ହେବନି। ଗତ ୪୧ ବର୍ଷ ହେଲା ଏହି ଜ୍ୱରର ଚିକିତ୍ସା ଲାଗି ଚାଲିଥିବା ଗବେଷଣା ସଫଳ ହୋଇଥିବା ବେଳେ ଔଷଧ ଆବିଷ୍କାର ଲାଗି ପଦକ୍ଷେପ ନିଆଯାଇଛି।   ବ୍ରେନ ମ୍ୟାଲେରିଆ ଯୋଗୁ ଭାରତରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଏଥିରେ ସାଧାରଣତଃ ଶିଶୁ ବିଶେଷ ଆକ୍ରାନ୍ତ ହେଉଥିବା ବେଳେ ଭାରତ ଭଳି ନାଇଜେରିଆ, କଙ୍ଗୋ ଓ ୟୁଗାଣ୍ଡା ଆଦି ଦେଶରେ ମଧ୍ୟ ଲୋକେ ପ୍ରାଣ ହରାଉଛନ୍ତି।  ତେବେ ଏହାର  ଚିକିତ୍ସା ଉଦଭାବନ ହୋଇଥିବାରୁ ଏବେ ଲୋକଙ୍କ ପ୍ରାଣ ରକ୍ଷା ସହଜ ହେବ। 

{"id":192915,"width":579,"height":391,"sizeSlug":"large"}

ମସ୍ତିଷ୍କ ମ୍ୟାଲେରିଆର ଚିକିତ୍ସା ଲାଗି ପଞ୍ଜାବ ବିଶ୍ୱବିଦ୍ୟାଳୟର ଫର୍ମାସ୍ୟୁଟିକାଲ ବିଭାଗ ପ୍ରଫେସର ଭୂପିନ୍ଦର ସିଂହ ଭୂପ ଚିକିତ୍ସା ପଦ୍ଧତୀ ଆବିଷ୍କାର କରିଛନ୍ତି। ଏଥି ଲାଗି ସେ ଦୀର୍ଘ ୪୧ ବର୍ଷ ହେଲା ଗବେଷଣା କରୁଥିବା ବେଳେ ଏବେ ସଫଳତା ପାଇଛନ୍ତି। ନାଜଲ ଟୁ ବ୍ରେନ ବିଧିରେ ଏହି ଜ୍ୱରର ଚିକିତ୍ସା କରାଯାଇପାରିବ ବୋଲି ପ୍ରଫେସର ଭୂପ କହିଛନ୍ତି। ଏଣୁ ଅଧିକ ଗବେଷଣା ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୪୫ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ହାତକୁ ନେଇଛନ୍ତି।

{"id":192916,"sizeSlug":"large"}

ଗତ ୨୦୧୭ ମସିହାରେ ୮୭ଟି ଦେଶର ୨୨କୋଟି ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ୪ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୯୯.୭ ପ୍ରତିଶତ ଲୋକେ ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡେ। ତେବେ ଏହା ପୂର୍ବରୁ ୨୦୧୪ ମସିହାରେ ଭାରତରେ ୩୦ ହଜାର ଲୋକେ ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ହୋଇପ୍ରାଣ ହରାଇଥିଲେ। ଏଥିରେ ଝାରଖଣ୍ଡ, ଓଡିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଓ ସମଗ୍ର ପୂର୍ବୋତ୍ତର କ୍ଷେତ୍ରର ରାଜ୍ୟମାନଙ୍କର ଲୋକେ ଥିଲେ। ସବୁଠୁ ବଡ କଥା ହେଲା ଏହି ରୋଗର ଚିକିତ୍ସା ଲାଗି ବ୍ଲଡରେ ମସ୍ତିଷ୍କ ପର୍ଯ୍ୟନ୍ତ ଔଷଧ ପହଞ୍ଚା ଯାଇପାରୁନଥିଲା। ରୋଗର ଚିକିତ୍ସା ଲାଗି ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ଏଥିରୁ ସାମାନ୍ୟତମ ସଫଳତା ବି ମିଳିନଥିଲା।   

{"id":192917,"width":579,"height":392,"sizeSlug":"large"}

ଶେଷରେ ପ୍ରଫେସର ଭୂପିନ୍ଦର ସିଂ ଭୂପ ପହଞ୍ଚିଲେ ନିଷ୍କର୍ସରେ
୧୯୭୯ ମସିହାରେ ପ୍ରଫେସର ଭୂପ  ପ୍ରଥମେ ବ୍ରେନ ମ୍ୟାଲେରିଆର ଚିକିତ୍ସା ଦିଗରେ ଗବେଷଣା ଆରମ୍ଭ କରିଥିଲେ। ଏଥିରେ ପ୍ରଚଳିତ ଚିକିତ୍ସା ବ୍ୟବସ୍ଥାରେ ଆଣ୍ଟି ମ୍ୟାଲେରିଆ ଡ୍ରଗ  ମସ୍କିଷ୍କ ପର୍ଯ୍ୟନ୍ତ ପହଞ୍ଚିପାରୁନଥିବା ସେ ପ୍ରଥମ ଥର ଜାଣିବାକୁ ପାଇଥିଲେ।  ଏଣୁ ସେ ନାନୋ ଫର୍ମୁଲାରେ କାମ କରିବା ଆରମ୍ଭ କରିଥିଲେ। ଏହା ଛଡା ଲ୍ୟୁମିଫେଣ୍ଟ୍ରନ ଓ ଆର୍ଟିମିଥର ମ୍ୟାଲେରିଆ ଔଷଧର ଶରୀରରେ ଉପସ୍ଥିତି ଜାଣିବାକୁ ପାଇଥିଲେ। ଶରୀରରେ ଏହାର ପ୍ରତିଶତ ଜାଣିବାକୁ ଚେଷ୍ଟା କରି ଏଥିରେ ସଫଳ ହୋଇଥିଲେ। ଫଳରେ ମଣିଷ ଶରୀରରେ ଲ୍ୟୁମିଫେଣ୍ଟ୍ରନ ୧୨ ପ୍ରତିଶତ ଓ ଆର୍ଟିମିଥର ୪୦ ପ୍ରତିଶତ ପ୍ରଭାବ ରହୁଥିବା ଜାଣିପାରିଥିଲେ। ଏଣୁ ଶରୀରରେ ଏହି ଔଷଧର ପ୍ରତିଶତ ବଢାଇ ରଖିବାକୁ ସେ ଉଦ୍ୟମ କରିଥିଲେ।

{"id":192918,"sizeSlug":"large"}

ନାକ ଦ୍ୱାରା କରିଥିଲେ ଚିକିତ୍ସା
ଫ୍ରଫେସର ଭୂପ ଏହା ପରେ ଡ୍ରଗ ଡେଲିଭରୀ ସିଷ୍ଟମ ଉପରେ କାମ କରିଥିଲେ। ଏଥିରେ ମସ୍ତିଷ୍କ ପସନ୍ଦ କରୁଥିବା ଗ୍ଲେକ୍ଟୋସ, ଫିଗୋସ, ଫାସଫୋଲିପିଡସ୍ ଓ ସୁଗର ଆଦିରେ ଔଷଧ ମିସାଇ ଏହାର ତରଳ ମିଶ୍ରଣ ପ୍ରସ୍ତୁତ କରିଥିଲେ। ଯାହାକୁ ନାକ ବାଟେ ମସ୍ତିଷ୍କକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏଥିଲାଗି ସେ କରିଥିବା ଆନିମଲ ଷ୍ଟଡି ୯୯ ପ୍ରତିଶତ ସଫଳ ହୋଇଥିଲା। ଏବେ ଫାର୍ମା କମ୍ପାନୀମାନେ ଔଷଧର ହ୍ୟୁମ୍ୟାନ ଷ୍ଟଡି କରିବେ। ମସ୍ତିଷ୍କ ମ୍ୟାଲେରିଆର ଏହି ଗବେଷଣାରେ ପ୍ରଫେସର ଭୂପଙ୍କ ସହ  ରିପନଦୀପ କୌର, ବରୁଣ ଗୌରକୀ, ଡା.ଚନ୍ଦ୍ରଭୂଷଣ ତ୍ରିପାଠୀ,ଗୁନିତ ଓ ହରମୋନ ଜୋତ ପ୍ରମୁଖ କାର୍ଯ୍ୟ କରୁଛନ୍ତି।

{"id":192919,"width":578,"height":433,"sizeSlug":"large"}

ତେବେ ଆସନ୍ତୁ ଜାଣିବା ବ୍ରେନ ମ୍ୟାଲେରିଆ କ’ଣ?
ମାଈ ଏନୋଫିଲିସ ମସା କାମୁଡିବା ଯୋଗୁ ମ୍ୟାଲେରିଆ ହୋଇଥାଏ। ଶରୀରରେ ଧିରେ ଧିରେ ମ୍ୟାଲେରିଆ ର ପ୍ରଭାବ ବଢିଥାଏ। ଯାହା କ୍ରମେ ଭାଇଭେକ୍ ରୂପ ଧାରଣ କରି ଶରୀରର ବିଭିନ୍ନ ଅଙ୍ଗ ଯେପରିକି ଜକୃତକୁ ପ୍ରଭାବିତ କରେ। ଶରୀରରେ ଔଷଧ ଉପଲବ୍ଧ ନ ହେବା କାରଣରୁ ଏହା କ୍ରମଶଃ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିଯାଏ। ଫଳରେ କମ୍ପ ଆସିବା ସହ  ଜ୍ୱର ହୋଇଥାଏ। ଆକ୍ରାନ୍ତ ବ୍ୟକ୍ତି ବେହୋସ ହେବା ଯୋଗୁ ରୋଗୀ କୋମାକୁ ଚାଲିଯାଏ ଓ ୬/୭ ଦିନ ପରେ ତାର ମୃତ୍ୟୁ ହୁଏ।

{"id":192921,"width":578,"height":319,"sizeSlug":"large"}

ତେବେ ଏହି ରୋଗର ଉପଚାର ଲାଗି ପ୍ରଫେସର ଭୂପ ଟ୍ରିପଲ ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଥିବା ବେଳେ ଏହାର ଆନିମଲ ଷ୍ଟଡି ଶେଷ ହୋଇଛି। ଏବେ ଫର୍ମା କମ୍ପାନୀମାନେ ହ୍ୟୁମାନ ଷ୍ଟଡି କରିବା ସହ ଚିକିତ୍ସା ପଦ୍ଧତୀ ଏବଂ ଔଷଧ ବିକଶିତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.