ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ବ୍ରେଲି ମୁଦ୍ରାଣାଳୟ

Published By : Prameya-News7 Bureau | August 11, 2018 IST

ବ୍ରହ୍ମପୁର ୧୧/ ୮ :- ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଯୋଗା ଯାଇପାରୁନି ଆବଶ୍ୟକୀୟ ବହି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର ୩ହଜାର ୫୦୦ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ୩ ହଜାର ୫ଶହ ବହି ସେଟ୍ ଆବଶ୍ୟକ ଥିବା ବେଳେ ମିଳୁଛି ୨ହଜାର ୫ଶହ ୨ ହଜାର ୭ ଶହ ସେଟ୍|ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ହଜାର ୫୦୦ଦୃଷ୍ଟିହୀନ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୃଷ୍ଟହୀନ ଛତ୍ରଛାତ୍ରୀଙ୍କୁ ବ୍ରେଲି ପୁସ୍ତକ ଯୋଗାଇବା ପାଇଁ ବ୍ରହ୍ମପୁରରେ ୧୯୮୬ ମସିହାରୁ ସ୍ଥାପିତ ହୋଇଛି ବ୍ରେଲି ଛାପାଖାନା । ରାଜ୍ୟରେ ପାଖାପାଖି ୪୦ଟି ସରକାରୀ ଦୃଷ୍ଟିହୀନ ଏବଂ ସ୍ବୀକୃତ ପ୍ରାପ୍ତ ଦୃଷ୍ଟିହୀନ ବିଦ୍ୟାଳୟ ପାଇଁ ଏହି ଛାପାଖାନା ବହି ଯୋଗାଇଥାଏ । ତେବେ ବିଭିନ୍ନ ଅବ୍ୟବସ୍ଥା ଦେଇ ଏହି ଛାପାଖାନା ଗତି କରୁଥିବାରୁ ବହି ପାଇବାରେ ଘୋର ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.