Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଢ଼ିବ ଭାରତୀୟ ନୌସେନାର ଶକ୍ତି, INS ଚେନ୍ନାଇରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

18/10/2020 at 4:59 PM

ନୂଆଦିଲ୍ଲୀ ୧୮/୧୦: ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ୍‌ ଚେନ୍ନାଇରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା। ତେବେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ବେଳେ ଟାର୍ଗେଟ୍‌ରେ ପହଞ୍ଚିବାରେ ସଫଳ ହୋଇଛି। ଆରବ ସାଗରରେ ଏକ ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିଛି ବ୍ରହ୍ମୋସ୍‌। ଏନେଇ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌( ଡିଆରଡିଓ) ପକ୍ଷରୁ ସୂଚନା ମିଳିଛି।

ଜଟିଳ ସୈନ୍ୟ ପ୍ରକ୍ରିୟା ଦେଇ ଗତି କରି ପିନ୍‌ ପଏଣ୍ଟ ଆକୋରେସି ସହ ଲକ୍ଷ୍ୟଭେଦ କରିଛି ବ୍ରହ୍ମୋସ୍‌। ଦୀର୍ଘ ଦୂରତାରେ ଆକ୍ରମଣ ପାଇଁ ବ୍ରହ୍ମୋସ୍‌ ଏକ ପ୍ରାଥମିକ ଅସ୍ତ୍ର । ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ଭାରତୀୟ ନୌସେନାର ଶକ୍ତି ବଢ଼ାଇବ। ଯୁଦ୍ଧ ଜାହାଜରୁ ଶତ୍ରୁ ପକ୍ଷରୁ ଜାହାଜକୁ ନିମିଷକରେ ଧ୍ବଂସ କରିପାରିବ ବ୍ରହ୍ମୋସ୍‌।

୧୮ ଅକ୍ଟୋବର ୨୦୨୦ରେ ଭାରତୀୟ ନୌସେନାର ଷ୍ଟିଲ୍‌ଥ୍‌ ଡେଷ୍ଟ୍ରୟର ଆଇଏନଏସ୍‌ ଚେନ୍ନାଇରୁ ବ୍ରହ୍ମୋସ୍‌ର ପରୀକ୍ଷଣ କରାଯାଇଛି। ଅତି ସହଜରେ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ୍‌। ପିନ୍‌ ପଏଣ୍ଟ ଆକୋରେସି ସହ ବ୍ରହ୍ମୋସ୍‌ଲକ୍ଷ୍ୟଭେଦ କରିଥିବା ନେଇ ଡିଆରଡିଓ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଡିଆରଡିଓର ଅଭୁତପୂର୍ବ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇଛନ୍ତି।

   Related Posts