କ୍ଷଣକ ମଧ୍ୟରେ ଶତ୍ରୁ ଶିବିର ନଷ୍ଟ କରିବ ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ, ଓଡିଶା ଉପକୂଳରେ ହେଲା ସଫଳ ପରୀକ୍ଷଣ

Published By : Prameya-News7 Bureau | September 30, 2019 IST

ଭୁବନେଶ୍ୱର /ନୂଆଦିଲ୍ଲୀ – ଭଦ୍ରକରେ ଥିବା ଅବଦୁଲ କାଲାମ ଦ୍ୱୀପରୁ   ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।  ରକ୍ଷା  ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା   ବିକଶିତ ଏହି ମିସାଇଲ୍‌ କ୍ଷଣକ ମଧ୍ୟରେ ଶତ୍ରୁ ପକ୍ଷର ବିଭିନ୍ନ ଶିବିର, କ୍ଷେପଣାସ୍ତ୍ରକୁ  ନଷ୍ଟ  କରିଦେଇ ପାରିବ ।ସକାଳ ୧୦ଟା ୨୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ଏହା ସଫଳତାରର ସହ ୨୯୦ କିଲୋମିଟର ଲକ୍ଷ୍ୟଭେଦ କରିଥିଲା । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର  କର୍ନୁଲ ଫାୟାରିଙ୍ଗ ରେଞ୍ଜରେ ପୋର୍ଟେବଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ର  ପରୀକ୍ଷଣ କରାଯାଇଥିଲା ।

wp:core-embed/twitter {"url":"https://twitter.com/ANI/status/1178536382681104384?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1178536382681104384?s=20
/wp:core-embed/twitter

ବ୍ରହ୍ମୋସକୁ ଯୁଦ୍ଧ ବିମାନରୁ, ଯୁଦ୍ଧ ଜାହାଜରୁ ଓ ସମୁଦ୍ରରୁ ସ୍ଥଳପଥ ଓ ସମୁଦ୍ର ମଧ୍ୟରେ ଥିବା ଶତ୍ରୁ ପକ୍ଷର ଜାହାଜ, ବିମାନ, କ୍ଷେପଣାସ୍ତ୍ର ଏବଂ ଶତ୍ରୁ ଶିବିର ଉପରେ ନିକ୍ଷେପ କରାଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.