ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟାବହାରିକ ପରୀକ୍ଷଣ

Published By : Prameya-News7 Bureau | December 17, 2019 IST

ବାଲେଶ୍ବର ୧୭।୧୨: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି  । ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ସକାଳ ୮ଟା ୩୦ରେ ପରୀକ୍ଷଣ କରାଯାଇଛି ।

{"id":198747,"width":577,"height":323,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୫୦ କି.ମି.। ଏହା ଅଢେଇ ହଜାରରୁ ୩ହଜାର କେଜି ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ରଖିଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୬ ମିଟର । ବୁଡ଼ାଜାହାଜ, ଜାହାଜ, ଯୁଦ୍ଧ ବିମାନ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷ ଉପରେ ଏହାକୁ ନିକ୍ଷେପ କରାଯାଇପାରିବ। ଗତ ୨୦୦୬ ନଭେମ୍ବର ୨୨ ତାରିଖରେ ଏହାର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା। ପରେ ଏହାକୁ ଭାରତୀୟ ସେନାବାହିନୀରେ ସାମିଲ୍ କରାଯାଇଥିଲା। ପରୀକ୍ଷଣ ସମୟରେ ସେନା ଓ ଡିଆରଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଅର୍ଗାନାଇଜେଶନ୍)ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.