ଭାରତକୁ ଆଉ ଏକ ସଫଳତା : ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଜାଇଲର ସଫଳ ପରୀକ୍ଷଣ, ୪୦୦ କି.ମି. ପର୍ଯ୍ୟନ୍ତ ଶତ୍ରୁ ହେବେ ଧ୍ଵଂସ

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: ଭାରତ ନିଜ ପଡୋଶୀ ଚୀନ୍‌ ଓ ପାକିସ୍ତାନ ସହିତ ବିବାଦ ଲାଗି ରହିଛି । ଗୋଟିଏ ପଟେ ଚୀନ୍‌ ଏବଂ ଆଉ ଗୋଟିଏ ପଟେ ପାକିସ୍ତାନ ସହିତ ପ୍ରତିଦିନ ନୂଆ ନୂଆ ବିବାଦ ସ ହେଉଛି ।ଯାହାକୁ ଦୃଷ୍ଟିରେ ରଖି ଭାରତ ତାର ସୀମାକୁ ଅଧିକ ସୁଦୃଢ କରିବାରେ ଲାଗିଛି । ଲଗାତର ଭାବେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏହି କ୍ରମରେ ଦେଶକୁ ମଙ୍ଗଳବାର ବଡ ସଫଳତା ମିଳିଛି । ଭାରତ ନିଜର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି ।  ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଘଠନ (ଡିଆରଡିଓ) ପକ୍ଷରୁ ଏହାକୁ ବିକାଶ କରାଯାଇଛି ।

wp:html /wp:html

ଜୀତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍‌ ସଫଳ ପରୀକ୍ଷଣ କରାଯାଇଛି । ଏହି ମିଜାଇଲର ଏହା ଅପଗ୍ରେଡେଡ୍ ଭର୍ଜନର ପରୀକ୍ଷଣ ହୋଇଛି । ପରୀକ୍ଷଣ ହୋଇଥିବା ମିସାଇଲ୍‌ ଏକ କ୍ରୁଜ ମିସାଇଲର ଲ୍ୟାଣ୍ଡ ଆଟାକ ଭର୍ସନ । ଯାହାର ମାରକ କ୍ଷମତା ବଢାଯାଇ ୪୦୦ କିଲୋମିଟରରୁ ଅଧିକ ରଖାଯାଇଛି । ଆଜି ସକାଳ ୧୦ଟା ସମୟରେ ଏହି ପରୀକ୍ଷଣ ସଫଳତା ସହ କରାଯାଇଛି । ଭାରତୀୟ ସେନା ଓ ଡିଆର୍‌ଡିଓ ମିଳିତ ଭାବେ ଏହାକୁ ବିକଶିତ କରାଯାଇଛି । ଆଗାମୀ ଦିନରେ ଏହାକୁ ଉଭୟ ପାକିସ୍ତାନ ଓ ଚୀନ୍‌ରେ ପରୀକ୍ଷଣ କରାଯିବାକୁ ଯୋଜନା କରାଯାଇଛି ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ। ଏହା ସଂପ୍ରତି ଭାରତୀୟ ସେନାର ସେବାରେ ନିୟୋଜିତ ରହିଛି। ୨୦୦୫ରେ ଆଇଏନଏସ ରାଜପୁତରେ  ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ମୁତୟନ କରାଯାଇଥିଲା। ଭବିଷ୍ୟତରେ ସମସ୍ତ ଯୁଦ୍ଧ ଜାହାଜରେ କ୍ଷେପଣାସ୍ତ୍ରର ନୂତନ ଅପଗ୍ରେଡେସନର ସୁବିଧା  ସହିତ ସାମିଲ କରାଯିବ।

ଏହା ପୂର୍ବରୁ ଭାରତୀୟ ସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଜର ତିନି ରେଜିମେଣ୍ଟରେ ସାମିଲ କରିଥିଲା। ଭାରତ କ୍ରମାଗତ ସ୍ଵଦେଶୀ ଓ ବିଦେଶ ଯୁ୍ଦ୍ଧାସ୍ତ୍ର ସହିତ ସେନାକୁ ମଜବୁତ କରିବାରେ ଜୁଟି ଯାଇଛି। ଲଦାଖରେ ଗତ କିଛି ମାସ ହେବ ଯେଉଁ ଭଳି ଉତ୍ତେଜନା ସ୍ଥିତି ଲାଗି ରହିଛି, ଏମିତି ସମୟରେ ଭାରତକୁ ନୂତନ ହତିଆର ମିଳିବା ସେନାର ମନୋବଳକୁ ଆହୁରି ବୃଦ୍ଧି କରିବା ସହିତ ଶତ୍ରୁକୁ ଚିନ୍ତାରେ ନିଶ୍ଚୟ ପକାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.