ବ୍ରହ୍ମପୁର ରେଲ୍‌ୱେର ୬ଦିନ ଟୁର୍‌ ଅଫର୍‌, ୬,୬୨୦ ଟଙ୍କାରେ ବାଣରାସୀ, ପ୍ରୟାଗ, ଗୟା ଭ୍ରମଣ ସୁଯୋଗ

Published By : Prameya-News7 Bureau | July 24, 2021 IST

ବ୍ରହ୍ମପୁର,୨୪/୦୭: ରେଳୱେ ପକ୍ଷରୁ ଓଡିଶାରେ ପ୍ରଥମ ଥର ତୀର୍ଥ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ମହାଳୟା ପିଣ୍ଡଦାନ ତର୍ପଣ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ସେପ୍ଟେମ୍ବର ମାସ ୨୫ ତାରିଖରୁ ଅକ୍ଟୋବର ମାସ ୧ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିବାର ସୁବିଧା ମିଳିବ । ବାଣରାସୀ, ପ୍ରୟାଗ,  ଗୟା ଭ୍ରମଣ କରିବାର ସୁଯୋଗ ରହିଛି ।

ତୃତୀୟ ଶ୍ରେଣୀ ଶୀତ ତାପ ନିୟନ୍ତ୍ରଣ ଏବଂ ସ୍ଳିପର୍ କ୍ଳାସ୍ କୋଚ୍‌ର ବ୍ୟବସ୍ଥା ରହିଛି । ୬ ରାତ୍ର, ୭ ଦିନ ଟୁର୍ ପାଇଁ ସ୍ଲିପର କ୍ଳାସ୍‌ରେ ୬,୬୨୦ ଟଙ୍କା ଏବଂ  ତୃତୀୟ ଶୀତ ତାପ  ନିୟନ୍ତ୍ରଣ କୋଚ୍‌ରେ ୧୧,୦୩୦ ଟଙ୍କା ପ୍ୟାକେଜ୍ ଥିବା ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ରିଜଓନାଲ୍ ମ୍ୟାନେଜର୍  କ୍ରାନ୍ତି ସରକାର୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.