ବ୍ରହ୍ମପୁରରେ ମାତିଛନ୍ତି ଜମି ମାଫିଆ, ଜାଲିଆତି କରି ମାଲିକାନା କରୁଛନ୍ତି ପରିବର୍ତ୍ତନ

Published By : Prameya-News7 Bureau | January 28, 2022 IST

ବ୍ରହ୍ମପୁର, ୨୮/୦୧: କିଛି ଅସାଧୁ  ବ୍ୟକ୍ତି ଜମି ଜାଲିଆତି ଭଳି ଠକେଇ କାର୍ଯ୍ୟରେ ଲିପ୍ତ ରହିଥିବା ବ୍ରହ୍ମପୁର ପୋଲିସର ନଜରକୁ ଆସିଛି ।ମ୍ୟୁଟେସନ୍ ହୋଇନଥିବା ଜମିକୁ ଚିହ୍ନଟ କରି, ନକଲି ବିକ୍ରେତା ପ୍ରସ୍ତୁତ କରି, ନକଲି ପରିଚୟ ପ୍ରମାଣ ପ୍ରସ୍ତୁତ କରି, ନକଲି ପଞ୍ଜୀକୃତ ବିକ୍ରୟ କାର୍ଯ୍ୟ କାର୍ଯ୍ୟକାରୀ କରି ସେହି ଜମିକୁ ଅନ୍ୟମାନଙ୍କ ନାମରେ ସ୍ଥାନାନ୍ତର କରିବା ହେଉଛି ଏହି ଠକେଇ ଗୋଷ୍ଠୀର କାର୍ଯ୍ୟ ।ଏପରିକି ଏହି ଗୋଷ୍ଠୀ ଜମିର ଅସଲି ମାଲିକମାନଙ୍କୁ ଧମକ ଦେବାକୁ ପଛାଉନାହାନ୍ତି । ନିକଟରେ ଏଭଳି ଏକ ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ।

ଉକ୍ତ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ଯୋଜନା ଚାଲିଛି ।ସେହିକ୍ରମରେ ସାଧାରଣ ଜନତା ସେମାନଙ୍କ ଜମିଜମା ସମ୍ପତ୍ତିର ସଠିକ୍ ଦଲିଲ ପ୍ରସ୍ତୁତ କରି ରଖିବାକୁ ପୁଲିସ ପରାମର୍ଶ ଦେଇଛି । ଯଦି କେହି ଏଭଳି ଷଡଯନ୍ତ୍ରର ଶିକାର ହୋଇ ଜମି ହରାଇଥାନ୍ତି ତେବେ ଭୟ ନକରି ପୋଲିସ ନିକଟରେ ଅଭିଯୋଗ କରିବାକୁ କୁହାଯାଇଛି । ଲୋକଙ୍କ ଧନସମ୍ପତ୍ତିର ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପ୍ରତିଶ୍ରୁତିବଦ୍ଧ  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.