Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଡକାୟତି ଯୋଜନା ବେଳେ ପହଞ୍ଚିଗଲା ପୋଲିସ୍‌, ୬ ଗିରଫ

30/09/2021 at 11:06 PM

ବ୍ରହ୍ମପୁର, ୩୦/୦୯:  ଡକାୟତି ଯୋଜନା କରୁଥିବା ବେଳେ ଗୋସାଣିନୂଆ ଗାଆଁ ପୁଲିସ ଚଢାଉ କରି ଏହାକୁ ପଣ୍ଡ କରିଛି । ଏଥିରେ ୬ ଗିରଫ ହୋଇଛନ୍ତି । ତିନୋଟି ଖଣ୍ଡା,  ତିନୋଟି ଅଫୁଟା ବୋମା,  ଦୁଇଟି ମୋଟରସାଇକେଲ୍, ଦୁଇଟି ମୋବାଇଲ୍ ଫୋନ୍,  ଗୋଟିଏ  ଲୁହା ରଡ୍‌ ସେମାନଙ୍କ ଠାରୁ ଜବତ କରାଯାଇଛି ।  ଗିରଫଙ୍କ ମଧ୍ୟରେ ଚେରୁ ଗୌଡ ନାମରେ ବିଭିନ୍ନ ଥାନାରେ ୧୫ଟି  ମାମଲା ଥିବା ବେଳେ ଅମର ପାଳ ନାମରେ ୪ଟି ମାମଲା ରହିଥିବା ଜଣାପଡ଼ିଛି । ଅନ୍ୟ ୪ ଗିରଫଙ୍କ ନାମରେ ଗୋଟିଏ ମାମଲା ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟଙ୍କ ସୂଚନା ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଓଁମ ବିହାର ନିକଟରେ ଥିବା ଦୀପକ ରେସିଡେନ୍ସି ନିକଟ ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢାଉ କରି ଏହି ୬ଜଣଙ୍କୁ କାବୁ କରିଛି।  ଗିରଫଯୁବକ ମାନେ ହେଲେ ଲାଠିର ଚେରୁ ଓରଫ୍ ଶ୍ୟାମ ସୁନ୍ଦର ଗୌଡ଼(୨୬) ,ଆଇନା ବନ୍ଧ ସାହିର ଚିକୁ ଓରଫ୍ ଚିନ୍ମୟ ଦାସ(୨୦), ମାଛ ବନ୍ଧ ସାହିର ମୁଣ୍ଡା ଓରଫ୍ କାଳିଆ ସେଠି(୨୨), ଲକ୍ଷ୍ମୀ ନରସିଂହ ସାହିର ଅଜୟ ମହାରଣା(୨୫), ପାଣିଗ୍ରାହୀ ପେଣ୍ଠ ସାହିର ଅମର ପାଳ(୨୫) ,ଗୋଷାଣିନୁଆ ଗାଁ ବଡ଼ ସାହିର ପିଲା କାଳୁ ଓରଫ୍ ସାନ୍ତୁନୁ କୁମାର ଚୋୖଧୁରୀ(୨୭) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍  ସୂଚନା ଦେଇଛି।

   Related Posts