ରାଉରକେଲାରେ ବ୍ରାହ୍ମଣୀ ସ୍ରୋତସ୍ବିନୀ ମହୋତ୍ସବ ଉଦ୍‌ଯାପିତ ; ଆକର୍ଷଣ ସାଜିଲେ ବଲିଉଡ୍ ସିଙ୍ଗର ବିନୋଦ ରାଠୋର

Published By : Prameya-News7 Bureau | February 04, 2019 IST

ରାଉରକେଲା ୪|୧: ରାଉରକେଲାରେ ୩ ଦିନ ଧରି ଚାଲିଥିବା ବ୍ରାହ୍ମଣୀ ସ୍ରୋତସ୍ବିନୀ ମହୋତ୍ସବର ଶେଷ ସଂଧ୍ୟା ଥିଲା ବେଶ୍ ଚିତ୍ତାକର୍ଷକ । ଉଦଯାପନୀ ସଂଧ୍ୟାରେ ଶ୍ରୋତାଙ୍କ ଢେର ମନୋରଂଜନ କରାଇଥିଲେ ବଲିଉଡ୍ ସିଙ୍ଗର ବିନୋଦ ରାଠୋର । ଏହାସହ ଇଣ୍ଡିଆନ୍ ଆଇଡଲ ଫେମ୍ ଅନନ୍ୟା ଶ୍ରୀତମ ନନ୍ଦ ବି ନିଜ କଣ୍ଠର ଯାଦୁରେ ବାନ୍ଧିରଖିଥିଲେ ସମସ୍ତଙ୍କୁ ।

{"id":81733}

ଷ୍ଟେଜ୍‌ରେ ବଲିଉଡ୍ ସିଙ୍ଗର ବିନୋଦ ରାଠୋର । ‘ନାୟକ ନେହିଁ ଖଳନାୟକ ହୁଁ ମେଁ’ କହି ଏଣ୍ଟ୍ରି ମାରିଥିଲେ ଏହି ପ୍ରଖ୍ୟାତ ଗାୟକ । ମଞ୍ଚରେ ବିନୋଦଙ୍କୁ ଦେଖୁ ଦେଖୁ ଦର୍ଶକଙ୍କ ମଧ୍ୟ ଉତ୍କଣ୍ଠା ବଢିଯାଇଥିଲା। ଶ୍ରୋତାଙ୍କ ଉତ୍କଣ୍ଠା ଦେଖି ବିନୋଦ ବି ଗୋଟିଏ ପରେ ଗୋଟିଏ ହିଟ୍ ନମ୍ବର ଭେଟି ଦେଇଥିଲେ । ଗୀତ ଗାଇ ଗାଇ ମଞ୍ଚ ତଳକୁ ମତୁଆଲା ଦର୍ଶକଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି ବିନୋଦ । ବିନୋଦଙ୍କ ସ୍ବରରେ ତାଳ ମିଶାଇ ଝୁମୁଥିଲେ ଦର୍ଶକ ।

{"id":81734}

ରାଉରକେଲାର ରୋଜା ରାଣା ଗ୍ରୁପଙ୍କ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଇଣ୍ଡିଆନ୍ ଆଇଡଲ ଫେମ୍ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତ ଶୀତୁଆ ସଂଧ୍ୟାକୁ ଆହୁରି ଉପଭୋଗ୍ୟ କରିଥିଲା ।  

{"id":81737}

୩ ଦିନ ଧରି ରାଉରକେଲାବାସୀଙ୍କ ଭରପୂର ମନୋରଂଜନ କରିଛି ବ୍ରାହ୍ମଣୀ ସ୍ରୋତସ୍ବିନୀ ମହୋତ୍ସବ ।

{"id":81736}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.