Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା : ମିଳିଲା ଆଉ ଜଣଙ୍କ ମୃତଦେହ, ଏବେବି ଆଉ ଦୁଇ ନିଖୋଜ

10/09/2019 at 10:06 AM

କାମାକ୍ଷାନଗର ୧୦।୯: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁର  ରମେଶ ସାହୁ । ମୃତଦେହଟି ବାଲିରେ ପୋତି ହୋଇ ରହିଥିଲା । ଡଙ୍ଗା ବୁଡି ଥିବା କୁନ୍ଦନଦେଇପୁର ଘାଟଠାରୁ ପ୍ରାୟ ୪ କିଲୋମିଟର ଦୂର ତଳ ଗେଙ୍ଗୁଟିଆ ଗାଁ ନଦୀ କୂଳରୁ ରମେଶଙ୍କ ମୃତଦେହ ଠାବ କରାଯାଇଛି । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବାଲିରୁ ରମେଶଙ୍କ ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଶନିବାର ରାତି ୯ଟା ସମୟରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ୍ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଆସୁଥିବା ବେଳେ ଅଧା ନଦୀରେ ଡଙ୍ଗାବୁଡିଯାଥିଲା। ନାଉରିଙ୍କ ସମେତ ୫ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିଲ୍ । ମାତ୍ର ୪ ଜଣ ନିଖୋଜ ହୋଇଯାଇଥିଲେ।

ଗତକାଲି ଡଙ୍ଗା ବୁଡିଥିବା ସ୍ଥାନଠାରୁ ୫ କି.ମି. ତଳକୁ ଉପର ଗେଙ୍ଗୁଟିଆ ଘାଟରୁ ବିଶ୍ବଜିତ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଆଜି ରମେଶ ସାହଙ୍କ ମୃତଦେହ ମିଳିଛି । ନିଖୋଜଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ରୋଡ ଗ୍ରାମର ସୁଶାନ୍ତ ସାହୁ ଓ ବିଜୟ ନାୟକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାକ କରିବାକୁ ଉଦ୍ୟମ ଜାରି ରହିଛି ।

   Related Posts